୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜୁ ଜନତା ଦଳ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ୟ୍ୟରେ ସାମିଲ ହେବା ପାଇଁ ବିରୋଧୀ ଦଳର କର୍ମୀମାନେ ବିଜେଡିରେ ଯୋଗ ଦାନ କରୁଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ୟ୍ୟ, ନୀତି ଓ ଆଦର୍ଶରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳର କର୍ମୀ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଇଟାମାଟି ଗ୍ରାମ ପଞ୍ଚାୟତର ବିଜେପିର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଇଟାମାଟି ଗ୍ରାମର ସସ୍ମିତା ଜେନା, ଜୟନ୍ତୀ ବେହେରା, ମଞ୍ଜୁଲତା ମହାନ୍ତି, ସସ୍ମିତା ମହାନ୍ତି, ଗିତାଞ୍ଜଳୀ ମହାନ୍ତି, ମଞ୍ଜୁବାଳା ବେହେରା, ସୀତା ଦେଇ, ସୁଲୋଚନା ମହାରଣା,
ସଂଯୁକ୍ତା ଦାସ, ସସ୍ମିତା ସାହୁ, ପତକ ସାହୁ, ସନାତନ ଦାସ, ଯୁଧିଷ୍ଠିର ମହାନ୍ତି, ରମୋ ଚନ୍ଦ୍ର ସାହୁ, ଜିତେନ ବେହେରା, ବିର ଡାକୁଆ, ପପୁନ, ଦୀପନ, ବିଭୁତି, ରାଧାମୋହନ ପୃଷ୍ଟି, କୋକିଳା ଦେଇ, ବିରଞ୍ଚି ନାରାୟଣ ସାହୁ, ରଘୁନାଥ ବେହେରା, ରାହୁଲ କୁମାର ଦାସ, ଛବି ନାୟକ, ରତନ ମହାପାତ୍ର, ସିଦ୍ଧାନ୍ତ ନାୟକ, ରତ୍ନାକର ପରିଡ଼ା, ବୁଲୁ ସୁନ୍ଦରା ଓ ମାନସ ନାୟକ ଏହିପରି ୩୦ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବହୁ ସଂଖ୍ୟାରେ ମହିଳା ବିଜେଡିରେ ଯୋଗ ଦେଇଥିବାରୁ ଆଗାମୀ ଦିନରେ ଇଟାମାଟି ଗ୍ରାମ ପଞ୍ଚାୟତ ବିଜେଡି ଶକ୍ତିଶାଳୀ ହେବ ବୋଲି ଜଣାପଡିଛି । ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟ ରଖିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକଙ୍କ ସମେତ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,

