ଓଳାଶୁଣୀ ଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ୪୮ ତମ ରାଜ୍ୟ ସମ୍ମିଳନୀ

୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ପବିତ୍ର ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ଗୁମ୍ଫାଠାରେ ଓଡିଶା ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଜାନୁଆରୀ ୧୯ ତାରିଖଠାରୁ ଏକ ଆଧ୍ୟାତ୍ମିକ ପରିବେଶ ଆରମ୍ଭ ହୋଇ ୨୦ ତାରିଖରେ ଉଦଯାପିତ ହୋଇଛି । ଆୟୋଜିତ ସତସଂଗ କାର୍ଯ୍ୟକ୍ରମରେ ସାଇଆଶ୍ରିତ ତଥା କର୍ଣ୍ଣାଟକ ଓ ଗୋଆର ମୁଖ୍ୟ ଆୟକର କମିଶନର ଜେ କ୍ରିଷ୍ଣ କିଶୋର ଯୋଗଦେଇ ଉଦବୋଧନ ଦେଇଥିଲେ ।ଓଳାଶୁଣୀ ପୀଠର ସନ୍ଥ ସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କ ପବିତ୍ର ମାଟିରେ ଆୟୋଜିତ ଏହି ଦିବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଇ ଭକ୍ତ ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ୱରୂପ ପଟ୍ଟନାୟକ , ଜିଲ୍ଲା ସଭାପତି ଶ୍ରୀ ଉମେଶ ଚନ୍ଦ୍ର ନାୟକ, ଶୁଭେନ୍ଦୁ କୁମାର ଭୂୟାଁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନାକରିଥିଲେ । ଏହି ସମ୍ମିଳନୀରେ ବହୁ ସାଇ ଭକ୍ତ ଯୋଗ ଦେଇଥିଲେ । ଅତିଥି ମାନେ ସତ୍ୟ ସାଇ ବାବାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ, କାର୍ଯ୍ୟ କରିବା ସହିତ ସମାଜର ଅବହେଳିତ ଦରିଦ୍ର ଲୋକଙ୍କୁ ସାହାଯ୍ୟ ସହଯୋଗ ସେବା କରିବାକୁ ପରାମର୍ଶ ଦେଇଥିଲେ

Exit mobile version