
୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଜଟଣୀ :- ଶ୍ରୀ ସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂଯୋଜକ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ଜେନା,କଲ୍ୟାଣୀ ପଟ୍ଟନାୟକ, ମଞ୍ଜୁଲତା ସାହୁ, ସୁଶାନ୍ତ କୁମାର ସାମନ୍ତରାୟ, ବିଷ୍ଣୁ ବଳିଆରସିଂ, ଜଗନ୍ନାଥ ପ୍ରଧାନ,ଅଭିମନ୍ୟୁ ସାମନ୍ତ ସିଂହାର, ପୁସ୍ପିତା ରାଣୀ ଦାସ,ସନ୍ତୋଷ ପ୍ରଧାନ, ଜୟନ୍ତ କୁମାର ସାହୁ, ସୁବାସ ଜେନା, ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ମାଷ୍ଟର ଟ୍ରେନର ବୈଶାଖୀ ସାହୁ ଓ ସୋନାଲି ସାମନ୍ତସିଂହାର ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କୌଶଳ ସଂପର୍କିତ ସୁଚନା ଓ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିବିର ଦୀର୍ଘ ଆଠଦିନ ଧରି ଚାଲୁ ରହିବ ବୋଲି ବିଦ୍ୟାଳୟ କତୃପକ୍ଷ ସୂଚନା ଦେଇଛନ୍ତି।

