ଦଶପଲ୍ଲା ରେଲୱେ ଷ୍ଟେସନରୁ ସଂରକ୍ଷୀତ ଓ ଅଣ ସଂରକ୍ଷୀତ ଟିକେଟ ବିକ୍ରୟ ଶୁଭାରମ୍ଭ

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (ୟୁ ଟି ଏସ) ସହିତ ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (ପି ଆର୍ ଏସ) ଟିକେଟ୍ କାଉଣ୍ଟରର ଆଜି ଶୁଭାରମ୍ଭ ହୋଇଯାଇଛି। ୧୦ ଦିନ ମଧ୍ୟରେ ମାନ୍ୟବର ରେଳମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶୃତି ପୂରଣ ହୋଇଛି। ଯାତ୍ରୀମାନେ ଏହି କାଉଣ୍ଟରରୁ ଅଣ ସଂରକ୍ଷିତ ଟିକେଟ୍ ସହିତ, ଯେକୌଣସି ଷ୍ଟେସନଠାରୁ ଯେକୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନରେ ସଂରକ୍ଷିତ ଟିକେଟ୍ ମଧ୍ୟ ବୁକ୍(ସଂଗ୍ରହ) କରିପାରିବେ।

ମାନ୍ୟବର ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପାଳନ କରି ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (ୟୁ ଟି ଏସ) ସହିତ ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (ପି ଆର୍ ଏସ) ଟିକେଟ୍ କାଉଣ୍ଟର ଖୋଲାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ଏହି କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ୍ ସହିତ, ଯେ’କୌଣସି ଷ୍ଟେସନ ଠାରୁ ଯେ’କୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନରେ ସଂରକ୍ଷିତ ଟିକେଟ୍ ମଧ୍ୟ ବୁକ୍(ସଂଗ୍ରହ) କରିପାରିବେ।

୬ ଜାନୁୟାରୀ ୨୦୨୪ ରେ ଦଶପଲ୍ଲା ରେଲୱେ ଷ୍ଟେସନର ଉଦଘାଟନ ସମୟରେ ଜନସାଧାରଣଙ୍କ ଠାରୁ ମିଳିଥିବା ଦାବି ଅନୁଯାୟୀ, ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ରେଲୱେ ଷ୍ଟେସନରେ ସଂରକ୍ଷଣ ଟିକେଟ୍ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ୧୦ ଦିନ ମଧ୍ୟରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (ୟୁ ଟି ଏସ) ସହିତ ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (ପି ଆର୍ ଏସ) ଟିକେଟ୍ କାଉଣ୍ଟର ଖୋଲାଯାଇଛି।

ବର୍ତ୍ତମାନ ଦଶପଲ୍ଲା ରେଲୱେ ଷ୍ଟେସନରେ ଏହି ୟୁ.ଟି.ଏସ ଏବଂ ପି.ଆର୍.ଏସ ଟିକେଟ୍ କାଉଣ୍ଟରରେ ଯାତ୍ରୀମାନେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଟିକେଟ୍ କ୍ରୟ କରିପାରିବେ। ସଂରକ୍ଷିତ ଟିକେଟ୍ ସୁବିଧା ରବିବାର ବ୍ୟତୀତ ସକାଳ ୮ ଘଣ୍ଟାରୁ ଅପରାହ୍ନ ୧୫ (ତିନି)ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିନରେ ଉପଲବ୍ଧ ହେବ ଏବଂ ଅଣସଂରକ୍ଷିତ ଟିକେଟ୍ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ।

Exit mobile version