୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ବାଣପୁର ଆୟତପୁର ନିବାସୀ “ଝାନସୀ ରାଣୀ ଲକ୍ଷ୍ମୀବାଇ ସାହସୀ ମହିଳା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ” ସୁନାମଧନ୍ୟା ସମାଜସେବୀ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଧ୍ୟକ୍ଷା ମାନସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସୁନାଖଳା ଡାକ ବଙ୍ଗଳା ପରିସରରେ
କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ଶିବିର ତଥା ନିରାଶ୍ରୟା ବରିଷ୍ଠ ନାଗରିକ ମହିଳାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ସାମ୍ବାଦିକ ତଥା ସମାଜସେବୀ ପ୍ରଦୋଷ କୁମାର ଦାସ ଙ୍କ ସଭା ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବକ୍ତା ଭାବେ ସମାଜସେବୀ ରାମଚନ୍ଦ୍ର ପ୍ରଧାନ,

