ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-  ଚିଲିକା ବ୍ଲକ ଅନ୍ତର୍ଗତ ଯୁବ ଜ୍ୟୋତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଇ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଚିଲିକା ବ୍ଲକ ସେବା ନିବୃତ ଶିକ୍ଷକ ସଂଘର ସଂପାଦକ ଶ୍ରୀ ବିରଞ୍ଚି ନାରାୟଣ ପ୍ରସାଦ ନାୟକ , ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଏ ବିଡିଓ ଶ୍ରୀ କାଳୁ ଚରଣ ସାମନ୍ତରାୟ,ଏମସି ସଭାପତି ପ୍ରଭାତ ହରିଚନ୍ଦନ, ରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନିଶାକର ବରାଳ, ଶିକ୍ଷକ ଶେଷ ଦେବ ଦାସ,ମୋ ସ୍କୁଲର ସଭାପତି ଧୀରେନ୍ ସେଠୀ, କୃଷ୍ଣଚନ୍ଦ୍ର ବିଶୋଇ ,ଲୋକନାଥ ଭୋଳ ଓ ସିଆରସିସି ବୃନ୍ଦାବନ ମହାରଣାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଚାରୋଟି ଦଳ ଯଥା କୋଶଳୀ, ଜିଜ୍ଞାସା, ସାହିତ୍ୟ ସୃଜନୀ,କ୍ରୀଡାଙ୍ଗନାଦ୍ବାରା ବିଭିନ୍ନ ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା।

ପିଲାମାନଙ୍କ ନିଜସ୍ଵ ରଚିତ ମୋ କଥା,ମୋ ସାହିତ୍ୟ, ପୁସ୍ତକ ସମୀକ୍ଷା ଓ ପ୍ରଚୀର ପତ୍ରିକା ଖୁବ୍ ଆକର୍ଷଣୀୟ ହୋଇଥିଲା।ମଞ୍ଚ ମଧ୍ୟରେ ଚାରୋଟି ଯଥା ହାଉସ୍ ମହାନଦୀ,ରଷିକୁଲ୍ୟା, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ଦ୍ବାରା ନୃତ୍ୟ, ଗୀତ, କବିତା ଓ ଗଳ୍ପ ପଠନ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ମେଣ୍ଟର ଶିକ୍ଷକମାନେ ଯଥା ଉମାକାନ୍ତ ବଡ଼ଜେନା, ବିଜୟ କୁମାର ସୁବୁଦ୍ଧି, ଶକ୍ତି ପ୍ରସାଦ ପଣ୍ଡା ଓ ସୁକାନ୍ତ କୁମାର ସୁନ୍ଦରାୟ ଏହି ପ୍ରଦର୍ଶନୀ ପରିଚାଳନା କରିଥିଲେ। ଶେଷରେ ପ୍ରଭାତ କୁମାର ମାନଧାତା ଧନ୍ୟବାଦ ଅର୍ପଣ କରିଥିଲେ।

 

Exit mobile version