
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କୁଖ୍ୟାତ ଅପରାଧୀ ସକିଲ ଅହମ୍ମଦ ଏବଂ ତାର ସହଯୋଗୀ ମାନେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପରୁ ବଡ଼ ଧରଣର ଡ଼କାୟତି କରିବା ପାଇଁ ବୁଧବାର ରାତି ସାଢ଼େ ୭ଟା ସମୟରେ କାଜିପାଟଣା ନିକଟସ୍ଥ ଇନ୍ଦିରା କଲୋନୀ ପଡିଆରେ ବସି ଯୋଜନା କରୁଥିବା ନେଇ କଟକ ସଦର ପୋଲିସ ଖବର ପାଇଥିଲା । ଖବର ପାଇବା ମାତ୍ରେ ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ଥାନର ଅଫିସର ମାନେ ଘଟଣା ସ୍ଥଳରେ ପହଞ୍ଚି ଡ଼କାୟତି କରିବାକୁ ଯୋଜନା କରୁଥିବା ସକିଲ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରିବା ରେ ସଫଳ ହୋଇଥିଲେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ପ୍ରକାଶ କରିଥିଲେ ।

