Home ଓଡ଼ିଶା କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ପ୍ରେମିକ ହିଁ ପ୍ଲାଷ୍ଟିକ ରଶି ରେ ତଣ୍ଟି ଚିପି ମାରିଥିଲା ଆସାମୀ ଗିରଫ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନ :- ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଆସାମୀ ( ମୃତା ଛାତ୍ରୀ ଙ୍କ ପ୍ରେମିକ) କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ ରେ ଏହି ହତ୍ୟାକାଣ୍ଡ ର ସବିଶେଷ ବିବରଣୀ ପ୍ରଦାନ କରିଛି । କାମାକ୍ଷା ନଗର ଏସ ଡି ପି ଓ ପ୍ରଭାତ କୁମାର ତ୍ରିପାଠୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଞ୍ଚାୟତ ବlସୁଦେଇପୂର ଗ୍ରାମର ବ୍ରହ୍ମାନନ୍ଦ ନାୟକ ଙ୍କ ଝିଅ ପଦ୍ମିନୀ ନାୟକ (୧୯) କୁନିଦା ଗ୍ରାମରେ ତାଙ୍କ ମାମୁଁ ସୁଦାମ ବାରିକ ଙ୍କ ଘରେ ରହି ପାଠ ପଢୁଥିଲେ। ପଦ୍ମିନୀ ନାୟକ ସୁରପ୍ରତlପୁର ପଞ୍ଚାୟତ ବମୁଆଁ ଗ୍ରାମର ରାଜୁ ଓରଫ ରାଜୁଆ ଓରଫ ପ୍ରମୋଦ ବାହାଲିଆ ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ସୋମବାର ଦିନ ଅପରାହ୍ନ ୨ ଘଟିକା ରୁ ୩ ଘଟିକା ମଧ୍ୟରେ ପ୍ରମୋଦ ବାହାଲିଆ ମଝିପାଳ ମକର ଯାତ୍ରା ଦେଖିବାକୁ ଯାଇଥିଲା ବେଳେ ପଦ୍ମିନୀ ତାଙ୍କୁ ଫୋନ୍ କରି ଡାକିଥିଲେ । ଘରେ କେହି ନାହାନ୍ତି,ମାମୁଁ କ୍ରିକେଟ ଖେଳ ଦେଖିବାକୁ ଯାଇଛନ୍ତି ବୋଲି କହିଥିଲେ । ଘରେ କେହି ନ ଥିବାରୁ ଏହାକୁ ଏକ ସୁଯୋଗ ମନେକରି ଏବଂ ଶାରୀରିକ ସମ୍ପର୍କ ରଖିବାକୁ ନିଜ ଓଡ଼ି ୦୬ ଜେ – ୬୯୯୨ ନମ୍ୱର୍ ସ୍ପ୍ଲେଣ୍ଡର ମୋଟର ସାଇକେଲ ରେ ଆସି ପଦ୍ମିନୀ ଙ୍କ ମାମୁଁ ଘରେ ପହଞ୍ଚିଥିଲେ । ଏହା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପ୍ରେମିକ ପ୍ରମୋଦ ବାହାଲିଆ ଅତ୍ୟଧିକ ଉତେଜିତ ହୋଇ ପାଖରେ ଥିବା ଏକ ପ୍ଲାଷ୍ଟିକ ରଶି ରେ ପଦ୍ମିନୀ ଙ୍କ ବେକକୁ ଚିପି ଧରିଥିଲା । ପଦ୍ମିନୀ ଚେତାଶୂନ୍ୟ ହୋଇ ପଡ଼ିବାରୁ ପ୍ରମୋଦ ତାଙ୍କ ମୋଟର ସାଇକେଲ ଧରି ସେଠାରୁ ପଳାଇ ଆସିଥିଲେ। ଆସିବା ବାଟରେ ଶାମଳ ଗ୍ରାମର ଜନୈକ ବ୍ୟକ୍ତି ଙ୍କ ଠାରୁ ମୋବାଇଲ ଫୋନ୍ ମାଗି “ତୁମ ଭାଣିଜୀ ଦୁଆର ମୁହଁ ରେ ଝୁଣ୍ଟିକି ଚେତା ବୁଡ଼ିକି ପଡ଼ିଛି,ତୁମେ ଶୀଘ୍ର ଆସ” ବୋଲି ପଦ୍ମିନୀ ର ମାମୁଁ ଙ୍କୁ ଫୋନ୍ କରି କହିଲେ। ସୁଦାମ ବାରିକ ଘରେ ପହଞ୍ଚି ତାଙ୍କ ଭାଣିଜି ପଦ୍ମିନୀ ଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ରାତ୍ର ସାଢେ଼ ୧୧ ଘଟିକା ସମୟରେ ସୁଦାମ ବାରିକ ଭୁବନ ଥାନାରେ ତାଙ୍କ ଭାଣିଜି କୁ କେହି ତଣ୍ଟି ଚିପି ମାରିଦେଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଭୁବନ ଥାନା ଆଇ ଆଇ ସି ନରେଶ କୁମାର ସାହୁ କେଶ ନମ୍ୱର୍ ୧୮/୨୦୨୪ ଦଫା ୩୦୨ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଅଭିଯୁକ୍ତ ରାଜୁ ଓରଫ ରାଜୁଆ ଓରଫ ପ୍ରମୋଦ ବାହାଲିଆ କୁ ଗିରଫ କରିବାରେ ଭୁବନ ପୋଲିସ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ଙ୍କ ମୋଟର ସାଇକେଲ,ମୋବାଇଲ ,ପ୍ଲାଷ୍ଟିକ ରଶି ଏବଂ ମୃତା ପଦ୍ମିନୀ ଙ୍କ ମୋବାଇଲ ଜବତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ଆଇ ଆଇ ସି ନରେଶ କୁମାର ସାହୁ, ଆଡିସିନାଲ ଆଇ ଆଇ ସି ମନସ୍ଵିନୀ ମହାନ୍ତି ଉପସ୍ଥିତ ଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026