ସାହିତ୍ୟ ସୃଜନୀ ଓ ସମ୍ବର୍ଦ୍ଧନା ଉତ୍ସବ

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡା  ବିଦ୍ଯାଳୟ  ସ୍ତରୀୟ ଭାଷା ସାହିତ୍ୟ   କାର୍ଯ୍ୟ କ୍ରମ ମହା ସମାରୋହରେ ପାଳନ କରା ଯାଇଥିଲା  । ଛାତ୍ର ଛାତ୍ରଛାତ୍ରୀ ମାନଂକ ଦ୍ବାରା  ସାହିତ୍ୟ ସୃଜନୀ , କୌଶଳୀ, ଜିଜ୍ଞାସା ଓ କ୍ରୀଡାଂଗନ କ୍ଲବର ପାଇଲଟ୍ , କୋ ପାଇଲଟ  ଓ ଗୁରୁଜୀ ମାନଂକ ସହଯୋଗ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ କରା ଯାଇଥିଲା। ଅପରାହ୍ନ ରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଦାଶରଥି ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବ ରେ ବିଦ୍ଯାଳୟ ର ସଭାପତି ସ୍ବର୍ଣ ପ୍ରକାଶ ରାଉତରାୟ, ପୂର୍ବ ତନ ସଭାପତି କାଶୀନାଥ ପ୍ରଧାନ, ସଂପାଦକ ନିତ୍ଯାନନ୍ଦ ଜେନା,

ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନ, ରଘୁନାଥ ପରିଡା, ଜଗବନ୍ଧୁ ରାଉତ, ପ୍ରଫୁଲ୍ଲ କୁମାର ବଳିୟାର ସିଂହ, ସରପଂଚ ସୌରୀ ବନ୍ଧୁ ସାହୁ, ସଂଜୀବ ପରିଡା  ଆଦି ବହୁମାନ୍ଯଗନ ବ୍ଯକ୍ତି   ଛାତ୍ରାଭିବାବକ ଉପସ୍ଥିତ ଥିଲେ । ପିଲାମାନଙ୍କ ଦ୍ବାରା ନାଚ, ଗୀତ ଏକକ ଅଭିନୟ, ଗଲ୍ପ କଥନ ଆଦି ସାଂସ୍କୃତିକ କାର୍ଯ୍ୟ କରାଯାଇ ଥିଲା  । ଅତିଥି ମାନେ ଆଶ୍ରୀବଚନ ପ୍ରଦାନ କରିଥିଲେ । ବିଦ୍ଯାଳୟ ରୁ ଅବସର ନେଇଥିବା ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନ, ସୁବାଷ ଚନ୍ଦ୍ର ପେଲା, ଦପ୍ତରୀ ଗୌରାଂଗ ନାୟକଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା  । ପରିଶେଷ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଭାଗନେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଦିଆଯାଇ ଥିଲା ।

Exit mobile version