ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନଚା ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ ରୋଗୀମାନଙ୍କୁ ସେବା ପ୍ରଦାନ କରିବା ପାଇଁ ମଣିପାଲ ହସ୍ପିଟାଲ୍ସ, ଆମ୍ରି (ଆଡ୍‌ଭାନ୍ସଡ୍ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ହସ୍ପିଟାଲରେ ଅଂଶଧନ ଅଧିଗ୍ରହଣ କରିଛି । ଏହା ମଣିପାଲ ହସ୍ପିଟାଲ୍ସକୁ ପୂର୍ବାଂଚଳ ଭାରତରେ ତୃତୀୟ ସ୍ତରୀୟ ଓ ଚତୁର୍ଥାଂଶ ସ୍ୱାସ୍ଥ୍ୟସେବା ପାଇଁ ବଢୁଥିବା ଚାହିଦାକୁ ପ୍ରଭାବୀ ରୂେ ପୂରଣ କରିବା ପାଇଁ ପୂର୍ବାଂଚଳ ଭାରତରେ ସବୁଠାରୁ ବଡ ହସ୍ପିଟାଲ ଶୃଙ୍ଖଳାରେ ପରିଣତ କରୁଛି ।

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର :- ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମଣିପାଲସିଗ୍‌ନା ସକ୍ରିୟ ଭାବେ ଓଡିଶା ଓ ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । କମ୍ପାନୀ ଓଡିଶାରେ ବିଭିନ୍ନ ଗ୍ରାହକ ବର୍ଗ ସମ୍ମୁଖୀନ ହେଉଥିବା ବିବିଧ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ଏବଂ ସେମାନଙ୍କୁ ଜୀବନକାଳ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ପାଇଁ ଅଭିନବ ଓ କଷ୍ଟମାଇଜ୍‌ଡ ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନ କରିବା ଲାଗି ଉତ୍ସର୍ଗୀକୃତ ରହିଛି ।ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ବ୍ୟବହାର କରି ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ  ପୂର୍ବାଂଚଳ ଭାରତରେ ଏକ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ କରିଛି । କମ୍ପାନୀର ଦେଶରେ ଥିବା ୯୦୦୦ରୁ ଅଧିକ ସର୍ବଭାରତୀୟ ସ୍ତରର ହସ୍ପିଟାଲ ମଧ୍ୟରୁ କେବଳ ପୂର୍ବାଂଚଳ ଭାରତରେ ପ୍ରାୟ ୧୦୦୦ ହସ୍ପିଟାଲର ଏକ ନେଟ୍‌ୱର୍କ ରହିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ମଜଭୁତ କରିବା ଓ ରୋଗୀମାନଙ୍କୁ ସେବା ପ୍ରଦାନ କରିବା ପାଇଁ ୨୦୨୩ରେ ମଣିପାଲ ହସ୍ପିଟାଲ୍ସ ଆମ୍ରି (ଆଡ୍‌ଭାନ୍ସଡ୍ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)ରେ ଅଂଶଧନ ଅଧିଗ୍ରହଣ କରିଥିଲା ।

୧୨ଟି ବ୍ରାଂଚ ଅଫିସ ମାଧ୍ୟମରେ ଏହି ଅଂଚଳରେ ପ୍ରାୟ ୧୫୦୦ ପଏଂଟ୍ ଅଫ୍ ସେଲ୍‌ସ ଲୋକେଶନରେ ୮୦୦୦ ପରାମର୍ଶଦାତା ଓ ପ୍ରମୁଖ ସହଯୋଗୀ ରହିଛନ୍ତି । ଆମର ସମ୍ପ୍ରସାରଣ ଯୋଜନାର ଅଂଶ ଭାବେ ଆମେ ୨୦୨୪ ଆର୍ଥିକ ବର୍ଷରେ ପୂର୍ବ ଭାରତ ପାଇଁ ନୂଆ ବ୍ରାଂଚ ଅଫିସ୍‌ର ଶୁଭାରମ୍ଭ କରିବା ଏବଂ ଅଧିକ କର୍ମଚାରୀ ଓ ଏଜେଂଟ୍‌ଙ୍କୁ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପାଇଁ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ ଏବଂ କମ୍ପାନୀ ସୁଲଭ ସମାଧାନ, ସ୍ୱାସ୍ଥ୍ୟବୀମାର ବର୍ଦ୍ଧିତ ଅନ୍ତର୍ଭୁକ୍ତୀକରଣ ଏବଂ ନିଜର ଗ୍ରାହକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସହଜ ଓ ଜୀବନକାଳର ପହଂଚ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି । ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସର ପ୍ରଡକ୍ଟ ପୋର୍ଟଫୋଲିଓ ସମ୍ପର୍କରେ ଅଧିକ ସୂଚନା ପାଇଁ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍ – https://www.manipalcigna.com/health-insurance ଭିଜିଟ କରନ୍ତୁ ।

Exit mobile version