୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର :- ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ ସମ୍ପର୍କରେ ସଚେତନ କରିବ, ଯାହା ଅଧିନରେ ପ୍ରତିଷ୍ଠିତ ଡାକ୍ତରମାନେ ଆୟୁର୍ବେଦର ପ୍ରମାଣିତ ଲାଭଗୁଡିକ ସମ୍ପର୍କରେ ତଥ୍ୟ ସେୟାର କରିବେ । ଏହି କ୍ୟାମ୍ପେନ ଆୟୁର୍ବେଦ ସମ୍ପର୍କରେ ବୈଜ୍ଞାନିକ ଭାବେ ପ୍ରମାଣିତ ତଥ୍ୟ ପ୍ରଦାନ କରିବ ଯାହାଫଳରେ ପରିବାରଗୁଡିକ ସୂଚିତ ଦୈନନ୍ଦିନ ନିଷ୍ପତି ନେଇପାରିବେ ଓ ସୁସ୍ଥ ରହିପାରିବେ । ଏହି କ୍ୟାମ୍ପେନର ଅଂଶ ଭାବେ ଏବଂ ଭବିଷ୍ୟତ ପିଢିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଡାବର ଚୱନପ୍ରାଶ ପକ୍ଷରୁ ଏକ ବିଶାଳ ସଚେତନତା ଅଭିଯାନ ମଧ୍ୟ ଲଂଚ୍ କରାଯାଇଛି ଯାହା ଦେଶବ୍ୟାପୀ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ଅଧିନରେ ଡାବର ଚୱନପ୍ରାଶ ପକ୍ଷରୁ ପରିବର୍ତିତ ଋତୁ ଏବଂ ସାଧାରଣ ଜୀବାଣୁ ଓ ଭୁତାଣୁ ଦ୍ୱାରା ହେଉଥିବା ରୋଗଗୁଡିକ ବିରୋଧରେ ଲଢିବା ପାଇଁ ଏକ ମଜଭୁତ ରୋଗ ପ୍ରତିରୋଧକ ପ୍ରଣାଳୀ ନିର୍ମାଣ କରିବାର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ପାଇଁ ଇମ୍ୟୁନିଟି ଆୱାରନେସ୍ ସେଶନଗୁଡିକର ପରିଚାଳନା କରିବା ପାଇଁ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ସହ ସହଭାଗିତା କରାଯାଇଛି ।

ଏହି କ୍ୟାମ୍ପେନକୁ ଆଜି ଏମ୍ବିଏସ୍ ପବ୍ଲିକ ସ୍କୁଲର ୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନ ସହିତ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଥିଲା । ଏହି କ୍ୟାମ୍ପେନକୁ ଲଂଚ୍ କରି ଡାବର ଇଣ୍ଡିଆ ଲିମିଟେଡର ସିଏସ୍ଆର୍ ଓ କର୍ପୋରେଟ କମ୍ୟୁନିକେଶନ୍ସ ମୁଖ୍ୟ ବ୍ୟାସ ଆନନ୍ଦ କହିଛନ୍ତି, ‘ସାମଗ୍ରିକ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଥିବା ଏକ ଯୁଗରେ ଡାବର ବାସ୍ତବ ଓ ବୈଜ୍ଞାନିକ ରୂପେ ସମର୍ଥିତ ସୂଚନା ପ୍ରଦାନ କରି ପରମ୍ପରା ଓ ଆଧୁନିକତା ମଧ୍ୟରେ ଅନ୍ତରକୁ ଦୂର କରିବାକୁ ଲକ୍ଷ୍ୟ ରଖିଛି । ‘ସାଇନ୍ସ ଇନ୍ ଆକ୍ସନ’ ସିରିଜ୍ ସହିତ ଡାବର ଆୟୁର୍ବେଦକୁ ନେଇ ରହିଥିବା ଗୁଜବକୁ ଦୂର କରିବା ଏବଂ ଗବେଷଣା-ଆଧାରିତ ପ୍ରମାଣ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି । ଡାବର୍ର ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆୟୁର୍ବେଦକୁ ଅନ୍ତର୍ଭୁକ୍ତ କରିବାର ମହତ୍ୱକୁ ହାଇଲାଇଟ୍ କରିବା ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନଶୈଳୀ ହାସଲ କରିବା ପାଇଁ ସବୁଠାରୁ ସହଜ ଓ ପ୍ରଭାବୀ ମାଧ୍ୟମ ଭାବେ ଆମର ଦୈନନ୍ଦିନ ରୁଟିନରେ ଚୱନପ୍ରାଶ ଉପରେ ବିଶ୍ୱାସକୁ ମଜଭୁତ କରିବା । ଏହି ଅବସରରେ ଏମ୍ବିଏସ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଡଃ ଜେ.ଜେ ଶିଶୁଗୋସ୍ୱାମୀ ‘ସୁସ୍ଥ ମସ୍ତିଷ୍କରେ ଏକ ସୁସ୍ଥ ଶରୀର’ର ମହତ୍ୱକୁ ଆଲୋକିତ କରିଥିଲେ । ସେ ଜୀବନରେ ମୂଲ୍ୟବୋଧ, ସତ୍ୟତା ଓ ନିଷ୍ଠାପରତାର ମହତ୍ୱ ସମ୍ପର୍କରେ କହିଥିଲେ । ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଆୟୁର୍ବେଦର ସିଦ୍ଧାନ୍ତଗୁଡିକର ଜଟିଳ ଦିଗକୁ ପ୍ରକାଶ କରୁଥିବା ଏକ ଆକର୍ଷଣୀୟ ଭିଡିଓ ସିରିଜ ମାଧ୍ୟମରେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଂଚିବା ପାଇଁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡିକରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବ ଏବଂ ପ୍ରିଂଟ୍ ଓ ଡିଜିଟାଲ ଭଳି ବିଭିନ୍ନ ମିଡିଆ ପ୍ଲାଟ୍ଫର୍ମଗୁଡିକର ବ୍ୟବହାର କରିବ ।
