ଅର୍ପଣ ରଥକୁ ବିପୁଳ ସମ୍ବର୍ଦ୍ଧନା : ସଂକୀର୍ତ୍ତନ, ଘଣ୍ଟ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନିରେ ଅଞ୍ଚଳ କମ୍ପିଲା

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବାଲୁଗାଁ :->  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ସାରା ରାଜ୍ୟରେ ଅର୍ପଣ ରଥ ବୁଲି ଘରୁ ଗୁଆ, ଚାଉଳ ସଂଗ୍ରହ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ଶୋଭାଯାତ୍ରାରେ ବାଲୁଗାଁ ଏନଏସି ପୌରଧକ୍ଷ୍ୟା ସୁକାନ୍ତି ପାଇକରାୟଙ୍କ ପରିଚାଳନାରେ ଅର୍ପଣ ରଥ ପରିକ୍ରମା କରିଥିଲା l

ଏହି ଅବସରରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଯୁବନେତା ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଜୟନ୍ତ କୁମାର ସ୍ୱାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,ଖୋର୍ଦ୍ଧା ଜିଲ୍ଲା ମହିଳା ସହ ସମ୍ପାଦିକା ବନିତା ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର, ଛାତ୍ର ବିଜେଡି ସଭାପତି ଶଶଶିକାନ୍ତ ପାଇକରାୟ ,

ମହିଳା ସଂୟ ସହାୟକ ଗୋଷ୍ଠୀ,ମିଶନଶକ୍ତିର ନାରୀନେତ୍ରୀ, ଜଳସାଥୀ,ସ୍ୱଚ୍ଛ ସାଥି , ଗ୍ରାମର ଜଗନ୍ନାଥ ପ୍ରେମୀ ସଭାପତି ରାମ ଚନ୍ଦ୍ର ପଲାଇ, ସଂଗଠକ ଭୀମ ସେନ ସାହୁ, ପର୍ଶୁରାମ ସାହୁ, କବିରାଜ ବାରିକ, ସୁଦୀପ୍ତ ପଲାଇ, ସୁରେଶ ପଲାଇ, ଶଶୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଦେଇଥିଲେ l

ତୁଳସୀ ନଗର,ସରଳlପଦର ଆଦି ଗ୍ରାମରୁ ଗୁଆ, ଚାଉଳ ଗ୍ରହଣ କରାଯାଇଥିଲା l ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନିରେ ସାରା ଅଞ୍ଚଳ କମ୍ପିଥିଲା l ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ସମସ୍ତ ଜଗନ୍ନାଥ ପ୍ରେମୀ ଭାବ ବିହ୍ଵଳ ହୋଇଥିଲେ l ସାହି ବାସିନ୍ଦା ମାନେ ଅତି ଆଗ୍ରହରେ ଗୁଆ ଚାଉଳ ଦେଇଥିଲେ l

Exit mobile version