୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ , ସିଙ୍ଗାରପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଆଶୁତୋଷ ଖିଲାର ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେନାପତି । ବିଦ୍ୟାଳୟରେ ଆୟୋଜିତ ପି.ଟି.ଏମ ବୈଠକରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ସେନାପତି ତାଙ୍କୁ ପଦକ, ଉପଢୌକନ ଏବଂ ଉପହାର ପ୍ରଦାନ ସ୍ଵରୂପ ସମ୍ବର୍ଦ୍ଧିତ କରିଥିଲେ ।
