ଦିବଂଗତ ମହାନ ବ୍ୟକ୍ତି ଙ୍କୁ ମଞ୍ଚାୟନ ତରଫରୁ ଶ୍ରଦ୍ଧାଞ୍ଜଳି ।

ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ନୟାଗଡ଼ :- ଦିବଂଗତ ମହାନ ବ୍ୟକ୍ତି ଙ୍କୁ ମଞ୍ଚାୟନ ତରଫରୁ ଶ୍ରଦ୍ଧାଞ୍ଜଳି ନୟାଗଡ଼ ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଦିବଂଗତ ମହାନ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ଜୀବନୀ ତଥା ଗୁଣାବଳି କୁ ନେଇ ମଞ୍ଚାୟନର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ସଂଯୋଗ ରେ ସ୍ମୃତି ଚାରଣ କରାଯାଇଅଛି । ପ୍ରଖ୍ୟାତ ଅଭିନେତା ଓ ମଞ୍ଚ ନିର୍ଦେଶକ ସୁରେଶ ସାହୁ , ନୟାଗଡ଼ ଗଡ ସହର ନିକଟସ୍ଥ ଝୁମୁରା ଗ୍ରାମ ର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟନାୟକ , ଖୁବ କମ ସମୟ ରେ ଶିଶୁ କିଶୋର ପତ୍ରିକା ‘ ଜୁବୁଲି ‘ ର ସମ୍ପାଦନ କରି ଓଡିଶା ରେ ଚର୍ଚ୍ଚିତ ହୋଇଥିବା ତଥା ଓଡ଼ଗାଁ ର ସମ୍ବାଦ ପ୍ରତିନିଧି ହୃଦୟ ରଞ୍ଜନ ମହାରଣା ପ୍ରମୁଖ ଙ୍କ ବିୟୋଗ ଯୋଗୁଁ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭ ରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ମଞ୍ଚାୟନ ର ସଭାପତି ଜାମିନି କାନ୍ତ ମିଶ୍ର ଙ୍କ ଅଧକ୍ଷତା ରେ ସୁରେନ୍ଦ୍ର କୁମାର ସାହୁ ,ପ୍ରସନ୍ନ କୁମାର ସାମନ୍ତରାୟ ,ଜ୍ଞାନ ପ୍ରକାଶ ବାରିକ , ଗୋକୁଳ ଷଡ଼ଙ୍ଗି , ରାମକୃଷ୍ଣ ନାୟକ କୈଳାସ ଓଝା ଆଦି ନାଟ୍ୟ କର୍ମୀ ମାନେ ଦିବଂଗତ ପ୍ରଥିତଯଶା ବ୍ୟକ୍ତି ମାନଙ୍କର ବିଭିନ୍ନ କାର୍ଯ୍ୟାବଳି ଓ ସେମାନଙ୍କ ସମର୍ପିତ ଜୀବନ କୁ ନେଇ ସ୍ମୃତି ଚାରଣ କରିବା ସହ ନାଟକ, ସମାଜସେବା,ସାହିତ୍ୟ ,ସାମ୍ଵାଦିକତା କ୍ଷେତ୍ରରେ ଏହି ମହାନ ବ୍ୟକ୍ତି ମାନଙ୍କ ଦେହାନ୍ତ ଅପୂରଣୀୟ ଶୂନ୍ୟ ସ୍ଥାନ ବୋଲି ମତ ପ୍ରକାଶ କରିଥିଲେ । ରିପୋର୍ଟ ରାମକୃଷ୍ଣ ରଥ

Exit mobile version