ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ଗ୍ରାମପଞ୍ଚାୟତର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବାଲିଗୁଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ,

ସମ୍ମାନୀତ ଅତିଥି ଭାବେ ଋତୁଙ୍ଗିଆ ସ୍ଥିତ ଗିରିଜନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାମଲ ଏବଂ ସିଆରସିସି ସଚ୍ଚିନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ୨୦୦୮ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ବିଧାୟକ ଏବଂ ଅଭିଭାବକ ମହଲରେ ଆନନ୍ଦ ଖେଳିଯାଇଥିଲା l ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବିବରଣୀ ପଠନରେ ବିଦ୍ୟାଳୟର ଅସୁବିଧା ଗୁଡିକୁ ଦୂର କରିବା ପାଇଁ ବିଧାୟକ ଶ୍ରୀ କହଁର ପ୍ରତିଶ୍ରୁତି ଦେଇଥିଲେ l

ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ମାନସିକ ତଥା ଶୈଖିକ ଶିକ୍ଷାର ବିକାଶରେ ଅଭିଭାବଙ୍କ ଭୂମିକା ସମ୍ପର୍କରେ ବୁଝାଇଥିଲେ l କ୍ରୀଡ଼ା, ବକୃତା, ଚିତ୍ରାଙ୍କନ ଓ କୁଟପ୍ରଶ୍ନର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷକ ସତ୍ୟ ନାରାୟଣ ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଙ୍ଗାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version