ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ବରଗଡ଼ :- ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ବରଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ସଭାରେ ଉଦବୋଧନ ଦେଇ ଜିଲ୍ଲାରେ ଛାତ୍ର କଂଗ୍ରେସ କୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଆଜି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ର ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ର ଆୟୋଜନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଦାସ ଛାତ୍ର କଂଗ୍ରେସ କର୍ମୀ ମାନେ ସାମଗ୍ରିକ ଭାବରେ ସମସ୍ତଙ୍କ ସାଥିରେ ରହି ଲଢ଼ିବା ଓ ଆଗକୁ କେମିତି ମଜବୁତ ହୋଇ କାମ କରିବା ସେ ବିଷୟ ରେ ଉପସ୍ଥିତ କର୍ମୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏଥିରେ ଗୌରବ ପତି,ସୁବ୍ରତ ନାୟକ, ପିକୁନ ନାୟକ,ଅଭିଷେକ ନାୟକ, ନିହାର ବେହେରା, ଓ ଜିଲ୍ଲା ଛାତ୍ର କଂଗ୍ରେସ ର ସଦସ୍ୟ ମାନେ ସଂଯୋଜନା ରେ ସହଯୋଗ କରିଥଲ ।
