ନାମ ସଂକୀର୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିତ ହେଲା ନାଚୁଣୀ ସୁନାଖଳା ଗ୍ରାମ ପ୍ରରିକ୍ରମା କଲା ଜୟ ଜଗନ୍ନାଥଙ୍କ ଅପ୍ରଣ ରଥ

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଚିଲିକା :-> ଚଳିତ ମାସ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ l ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ପଂଚାୟତର ଗାଁକୁ ଗାଁ ବୁଲୁଛି ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ…ହରିବୋଲ ହୁଳହୁଳି ସାଙ୍ଗକୁ ଘଣ୍ଟ ଓ ଶଙ୍ଖ ନାଦର ଶବ୍ଦରେ ଗାଁ,ଗଣ୍ଡା ଭକ୍ତି ମୟ ଆଧାତ୍ମିକ ପରିବେଶ ସୃଷ୍ଟି ହେଉଥିବା ବେଳେ… ଜୟ ଜଗନ୍ନାଥ ଧ୍ଵନୀରେ ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହୋଇଉଠିଛି ।

ଏହି ରଥକୁ ସମ୍ମାନ ଦେବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ପଞ୍ଚାୟତ ସୁନାଖଳା ଗ୍ରାମର କୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରି ଗାଁ,ପାହାଡ଼ ଉପରେ ଥିବା ଜଗନ୍ନାଥ ଙ୍କ ଠାରୁ ତୁଳସି ଧଣ୍ଡା ଆଣି ଅର୍ପଣ ରଥରେ ଲଗାଇଥିଲେ ଓ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ . ପରିକ୍ରମା ରଥ ମାଧ୍ୟମରେ ପ୍ରତି ଘରୁ ଏହାକୁ ସଂଗ୍ରହ କରାଯାଉଛି । ଯାହା ଫଳରେ ସୁନାଖଳା ଗାଁ ଓ ସାହି ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l

ଏହି ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି ।ଏହା ଫଳରେ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରଶଂସା କରିଛନ୍ତି । ରଥ ପରିକ୍ରମା କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,

ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସଂପାଦକ ମନୋଜ କୁମାର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ପବିତ୍ର ହରିଚନ୍ଦନ, ପ୍ରକାଶ ସୁବୁଦ୍ଧି,ପରେନ ରାଉତରାୟ, ପ୍ରଦ୍ୟୁମ୍ନ ସୁଆର, ରାକେଶ କୁମାର ସେଣ, ମିଥୁନ ସାହୁ, ସୁକାନ୍ତ ରାଉତରାୟ, ଅରବିନ୍ଦ ପଣ୍ଡିତ, କିଶୋର ବେହେରା, ମିଥୁନ ବିଶ୍ଵାଳ, ଜାନକୀ ପାଇକରାୟ, ଗଣେଶ ପାଇକରାୟ, ନାରୀ ନେତ୍ରୀ ନମିତା ନାୟକ, କଳ୍ପନା ସେଣ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version