ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସାଂସ୍କୃତିକ ପ୍ରତି ଯୋଗିତା

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ନାଚୁଣୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରେ ଓଡ଼ିଶାର ଲୋକନୃତ୍ୟ ପ୍ରତିଯୋଗିତା ଆଜି ମହାବିଦ୍ୟାଳୟ ର ପ୍ରେକ୍ଷାଳୟ ଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ,

ଡ୍ୟାନ୍ସ କୋରିଓଗ୍ରାଫର୍ ପ୍ରଶାନ୍ତ କୁମାର ନାୟକ, ଅଧ୍ୟାପିକା କୃଷ୍ଣାକୁମାରୀ ଭୋଳ ଯୋଗ ଦେଇ ଥିବା ବେଳେ ମହାବିଦ୍ୟାଳୟ ର ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ , ନୋଡାଲ ଅଧିକାରୀ ପ୍ରାଧ୍ୟାପକ ରାଜକିଶୋର ସାହୁ, ଇଂରାଜୀ ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ଉଦ୍ ବୋଧନ ଛଳରେ ଓଡ଼ିଶାର ଲୁପ୍ତପ୍ରାୟ ଲୋକନୃତ୍ୟ କୁ ବଞ୍ଚାଇବା ଯୁବ ପୀଢ଼ି ମାନଙ୍କ ପ୍ରତି ଏକ ଆହ୍ୱାନ ବୋଲି କହିଥିଲେ।ସମାଜ ବିଜ୍ଞାନ ଅଧ୍ୟାପିକା ଲୀନା ନଦିଜା କାର୍ଯ୍ୟକ୍ରମ ର ସାମଗ୍ରିକ ସଂଯୋଜନା କରିଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ସହଯୋଗ କରିଥିଲେ।


 

Exit mobile version