ବେଗୁନିଆ ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଜାନୁଆରୀ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ /ସିକୋ :-> ଆଗାମୀ ଫେବୃଆରୀ ମାସ ଶେଷ ସପ୍ତାହରେ ବେଗୁନିଆ ସାହିତ୍ୟାନୁଷ୍ଠାନର  ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏ ନେଇ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଆଦର୍ଶ କ୍ଲବ ସଭାଗୃହରେ ଅନୁଷ୍ଠିତ ବୈଠକରେ ସଭାପତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ପୌରୋହିତ୍ୟ କରିଥିଲେ । ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥା ମଙ୍ଗଳାଚରଣ ପାଠ କରିବା ପରେ ବୈଠକ ଆରମ୍ଭ ହୋଇଥିଲା । ସମ୍ପାଦକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ  ବାର୍ଷିକ ଉତ୍ସବର ରୂପରେଖ ପ୍ରସ୍ତୁତି ସହ ମୁଖପତ୍ର  ପ୍ରକାଶନ ନିମନ୍ତେ ନିଜସ୍ଵ ରଚନା ଚଳିତ ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ସମ୍ପାଦନା ମଣ୍ଡଳୀ ନିକଟରେ ଦାଖଲ କରିବା ପାଇଁ ସୂଚନା ଦେଇଥିଲେ । 

ପ୍ରସ୍ତାବିତ  ଏହି ଏକ ଦିବସୀୟ  କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାରସ୍ୱତ ସଭା  ଓ ଦ୍ଵିତୀୟ ପର୍ଯ୍ୟାୟରେ ଅଞ୍ଚଳର ବଛା ବଛା ପାଲା , ଦାସକାଠିଆ, ସଂକୀର୍ତ୍ତନ, ଧୁଡୁକି ଗାୟକମାନଙ୍କୁ ନେଇ କଳାପରିବେଷଣ କରାଯିବା ସହ ପାଇକମାନଙ୍କ ସାମରିକକଳା,ଗୋଟିପୁଅ, ଓଡିଶୀନୃତ୍ୟ  ଓ ଘୋଡାନାଚ ଇତ୍ୟାଦି ଲୋକକଳା ପ୍ରଦର୍ଶିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହାର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ ମାଧ୍ୟମରେ ଦାୟିତ୍ୱର ଵିକେନ୍ଦ୍ରୀକରଣ ପାଇଁ ଉପସଭାନେତ୍ରୀ ପ୍ରତିମା ପ୍ରଧାନ ପ୍ରସ୍ତାବ ଦେଇଥିଲେ ।

ଏହି ଅବସରରେ ଲୋକାର୍ପିତ ହେବାକୁ ଥିବା ମୁଖପତ୍ର ସ୍ୱୟଂସିଦ୍ଧା ପାଇଁ ସମ୍ପାଦନା ମଣ୍ଡଳୀ, କାର୍ଯ୍ୟକ୍ରମର ସୁବ୍ୟବସ୍ଥା ପାଇଁ ଉପଦେଷ୍ଟା ମଣ୍ଡଳୀ, ସାସ୍କୃତିକ କମିଟି ଓ ଅଭ୍ୟର୍ଥନା କମିଟି ଗଠନ କରାଗଲା । ଉପଦେଷ୍ଟା ନାଟ୍ୟକାର ଡ଼. ବନବିହାରୀ ମହାପାତ୍ର ଓ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାହିତ୍ୟାନୁଷ୍ଠାନର କଳାକାର ମାନଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ବ ଆରୋପ କରିଥିଲେ । ବୈଠକରେ କୋଷାଧ୍ୟକ୍ଷ ବିଜୟ କୁମାର ପ୍ରଧାନ, ପୂର୍ବତନ ସମ୍ପାଦକ ଦିବାକର ସାହୁ,  ଯୁଗ୍ମ ସମ୍ପାଦକ ସୋମନାଥ ସାହୁ, ଆଦର୍ଶ କ୍ଲବ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ,ସମାଜସେବ .

Exit mobile version