ଭାଗବତ ସଭା ଉଦଯାପନ

୧୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :-> ଵୋତଳମା ଗ୍ରାମ ପଞ୍ଚାୟତସ୍ତ ଅଠରାଙ୍ଗ ର ଆରାଧ୍ୟ ଶ୍ରୀ ରାଧା ମୋହନ ଦେବ ଙ୍କ ପିଠରେ ଦୁଇ ଦିନ ଧରି ଚାଲିଥିବା ଭାଗବତ ପାଠ ଓ ମହାଜ୍ଞାନ ଯଜ୍ଞ ର ଉଦଯାପନ ହୋଇଛି । ଶ୍ରୀ ରାଧାମୋହନ ସତ୍ ଶିକ୍ଷା କେନ୍ଦ୍ର ଆଠରାଙ୍ଗ ଦ୍ବାରା ଆୟୋଜିତ ଭାଗବତ ଜ୍ଞାନ ଯଜ୍ଞରେ ପ୍ରଥମ ଦିବସରେ ଡକ୍ଟର ବନବିହାରୀ ମହାପାତ୍ରଙ୍କ ର ପୌରୋହିତରେ ଏକ ସାଧାରଣ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଭାଗବତ ପାଠ କରାଯାଇଥିଲା ।

ପରେ ପରେ ଏ ଅଞ୍ଚଳରେ ବହୁ ସୁନାମ ଧନ୍ୟ ବକ୍ତା ଶିକ୍ଷାବିତ୍ ଚକ୍ରଧର ତ୍ରିପାଠୀ , ନଗେନ୍ଦ୍ର ଦତ୍ତ , ରବୀନ୍ଦ୍ର ନାଥ ପାଣିଗ୍ରାହୀ , ଅମରେନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇ ବିଜ୍ଞାନ ଓ ଭାଗବତ ଚେତନା ଓ ଚରିତ୍ର ଗଠନରେ ଯୁବକ ମାନଙ୍କ ଉପରେ ଭାଗବତ ପାରାୟଣ ର ପ୍ରଭାବ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାକୁ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ପରିଚାଳନା କରିଥିଲେ ।

ଦ୍ୱିତୀୟ ଦିବସରେ ପଣ୍ଡିତ ଅଖିଳେଶ ପ୍ରାସାଦ ପଣ୍ଡା , ଲୋକନାଥ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା, ଗୌର ମୋହନ ପଣ୍ଡା, ତପନ ପଣ୍ଡା, ଧନେଶ୍ୱର ପଣ୍ଡା, ଭାଗବତ ମହାପାତ୍ର ପ୍ରମୁଖ ଯୋଗଦେଇ ଭାଗବତ ଚର୍ଚ୍ଚା କରି ସମ୍ବର୍ଦ୍ଧିତ ହୋଇଥିଲେ। ସମସ୍ତ ବକ୍ତା ପ୍ରଚାରକ ବ୍ୟାସ ଆଦିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କବି ବଳରାମ ରଣସିଂହ, ଲକ୍ଷ୍ମୀଧର ମହାପାତ୍ର, ଅମରେନ୍ଦ୍ର ମହାପାତ୍ର ,

ସ୍ଵେଚ୍ଛାସେବୀ ଶ୍ରୀନିବାସ ବାଘସିଂହ, ପବିତ୍ର ବଳିୟାରସିଂହ ଓ ପଣ୍ଡିତ ମାନଙ୍କୁ ସମ୍ମାନୀତ କରାଯାଇଥିଲା।କାର୍ଯ୍ୟକ୍ରମ ର ପୁରୋଧା ତଥା ଶ୍ରୀ ରାଧା ମୋହନ ଦେବ, ସତ୍ ଶିକ୍ଷା କେନ୍ଦ୍ର ର ସଭାପତି ଡକ୍ଟର ବନବିହାରୀ ମହାପାତ୍ର ସଞ୍ଚାଳନ କରିଥିଲେ। ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା , ନାରାୟଣ ଦାସ, ହରେକୃଷ୍ଣ ପଣ୍ଡା,  ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଦୀପ୍ତି ରଞ୍ଜନ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ଶେଷରେ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version