ମୋହନା ହିଲ୍-ଟପ୍ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ : ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ସଦର ଠାରେ ଥିବା ହିଲ୍ – ଟପ୍ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଚାଲିଥିବା ନୂଆଁ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ସମାରୋହରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ସିମାଞ୍ଚଳ ସାହୁ, ଅତିଥି ମାନଙ୍କ ପରିଚୟ କରାଇଥିଲେ। ଅଧ୍ୟାପକ ଭଗବାନ ବିଷୋୟୀ, ଅତିଥି ଭାବେ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ କୁମାର ଭୂୟାଁ ପ୍ରଦ୍ୱିପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସମ୍ମାନିତ ବିଜେଡି ଜିଲା ଉପସଭାପତି ଦଣ୍ଡାସି ସାହୁ, ସରପଞ୍ଚ ସୁନୀତା ମଲ୍ଲିକ,

ମାର୍ସେଲ ନାୟକ, ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତି, ପ୍ରଶାନ୍ତ ବୀର, ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମା ରମଣ ମହାନ୍ତି ଏବଂ+୩ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଆତ୍ମ ନିର୍ଭାର ହୋଇ ଭବିଷ୍ୟତ ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ନିହିତ ଶକ୍ତି ପ୍ରକାଶ କରିବା ପାଇଁ ଦେଶ ମଧ୍ୟରେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରିଥିବା ପ୍ରକାଶ କରିଥିଲେ।

ଉପସ୍ଥିତ ସମସ୍ତ ଅତିଥି ଛାତ୍ର ଛାତ୍ରୀଙ୍କୁ ନିଜ ଗାଁ, ବ୍ଲକ, ରାଜ୍ୟ ସହ ଦେଶର ଟେକ ରଖିବାପାଇଁ କାର୍ଯ୍ୟ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହି ଉଦଯାପନୀ ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଏସ. ରମେଶ, ଅନିଲ ତ୍ରିପାଠୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version