ପୁଲିସ ଗୃହରକ୍ଷିଙ୍କ ବିଭିନ୍ନ ଗ୍ରାମକୁ ସ୍ବର୍ଗଦ୍ବାର ବଣ୍ଟନ

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ରାୟଗଡ଼ ଥାନା ର ଗୃହରକ୍ଷୀ ରୋହିତ କୁମାର ବେହେରା, ପାଞ୍ଚଗୋଟି ସ୍ଵର୍ଗଦ୍ଵାର ରଥ ବିଭିନ୍ନ ଗ୍ରାମ କୁ ଦାନ କରି ଚର୍ଚ୍ଚା ର ବିଷୟ ପାଲଟିଛନ୍ତି, ପ୍ରଥମେ ରାୟଗଡ ଗ୍ରାମର ଉଭୟ, ହିନ୍ଦୁ ଓ ଖୀଷ୍ଟିଆନ ଧର୍ମ ସମ୍ପ୍ରଦାୟ ର ଲୋକଙ୍କୁ 15/03/2022, ମସିହାରେ ଦୁଇଟି ସ୍ବର୍ଗ ଦ୍ବାର ରଥ ଦାନ କରିଛନ୍ତି, ତୃତୀୟ ରଥଟି ତାରିଖ 2/6/2023 ନୁଆଗଡ ବ୍ଲକ୍ ର ନୂଆଗଡ ଗ୍ରାମକୁ ଦାନ କରିଛନ୍ତି,

ଚତୁର୍ଥ ରଥ ରାୟଗଡ଼ ବ୍ଲକ୍ ର କରଡ।ସିଂ ପଞ୍ଚାୟତ ର ପଦ୍ମପୁର ଗ୍ରାମକୁ ଦାନ କରିଛନ୍ତି, ଏବଂ ପଞ୍ଚମ ସ୍ଵର୍ଗଦ୍ଵାର ରଥ ତା 9/01/2024ରିଖରେ R ଉଦୟଗିରି ବ୍ଲକ୍ ର ଉଦୟଗିରି ଗ୍ରାମକୁ ଦାନ କରିଛନ୍ତି, ଜଣେ ଥାନାର ତଳିଆ କର୍ମଚାରୀ ଙ୍କ ଏହି ଭଳି ଜନହିତ୍ କାର୍ଯ୍ୟ ଦେଖି ଉଦୟଗିରି ଗ୍ରାମ ବାସୀ ବୃନ୍ଦ ତାଙ୍କୁ କୃତଜ୍ଞତା ଜଣାଇବା ସହିତ କିଭଳି ଆଗାମୀ ଦିନରେ ଜନ ମଙ୍ଗଳ କାର୍ଯ୍ଯ କରିବା ପାଇଁ ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରଥନା କହିଛନ୍ତି ।

Exit mobile version