ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ କର୍ମ ଶାଳା

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ କର୍ମଶାଳା ଦ୍ଵିତୀୟ ଦିନରେ ଯୋଗ, ପ୍ରାଣାୟାମ, ଶ୍ରମଦାନ , ସ୍ୱଚ୍ଛତା ଅଭିଯାନ, କ୍ୟାରିଅର କାଉନସେଲିଙ୍ଗ, ଓଡିଆର୍ଟ, ଆଇ ଏନ୍ ସି, ଚିଲିକା ପରିଭ୍ରମଣ ବିଭିନ୍ନ ସାହିତ୍ୟ ଭିତିକ ପ୍ରତିଯୋଗିତା ସହ ଦଳଗତ ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଶାଖା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ତତ୍ୱାବଧାନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଅଧ୍ୟୟନ ଓ ତାଲିମ ଶିବିରର ଦ୍ଵିତୀୟ ଦିବସରେ ଆଜି ବାଣପୁର ବ୍ଲକର ବିଇଓ ସନାତନ ଜାଲି ଓ ଜୁନିଅର ରେଡ଼କ୍ରସ ବିଭାଗର ଯୁଗ୍ମ ସମ୍ପାଦକ ମୁରଲୀଧର ପରିଡ଼ା ଓ ଜେ ଆର୍ ସି ଓ ତୋଫାନ କୁମାର ରାଉତରାୟଙ୍କ ଦ୍ୱାରା ପ୍ରାତଃ ପ୍ରାର୍ଥନା, ପ୍ରାଣାୟାମ ଓ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

ତତ୍ପରେ ପତଞ୍ଜଳି ଯୋଗ ଗୁରୁ ସୁବ୍ରତ ମାନ୍ଧାତାଙ୍କ ଦ୍ଵାରା ଯୋଗ ପ୍ରଦର୍ଶିତ ହେବା ସହ ଶିବିରାର୍ଥୀଙ୍କ ଦ୍ୱାରା ଅଭ୍ୟାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପରେ ପରେ ବାଲୁଙ୍ଗl ହାଇସ୍କୁଲର ଶିକ୍ଷକ ଆଲୋକ କୁମାର ପଟ୍ଟଶାଣୀଙ୍କ ନେତୃତ୍ୱରେ ଓ ସମସ୍ତ ଜେ ଆର୍ ସି କାଉନସେଲରଙ୍କ ସାହାଯ୍ୟରେ ଶ୍ରମଦାନ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେଡ଼କ୍ରସ ପତାକା ଉତ୍ତୋଳନ କ୍ୟାମ୍ପ ଡାଇରେକ୍ଟର ଡ଼ଃ ସତ୍ୟନାରାୟଣ ହୋତା, ବାଲୁଙ୍ଗl ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଂଗଠକ ସମ୍ପାଦକ ସ୍ୱାଧୀନl ମଞ୍ଜରୀ ବେହେରା ଓ ଜୁନିଅର ରେଡ଼କ୍ରସ ଖୋର୍ଦ୍ଧା ର ଉପସଭାପତି ଡ଼ଃ ନିରଞ୍ଜନ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ।

ବୈଷୟିକ ତାଲିମ ଅଧିବେଶନରେ ଅନନ୍ତ ଚରଣ ଛାଟୋଇଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ଉପସ୍ଥାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବେଣୁଧର ସାହୁ, ପ୍ରେମ ସାଗର ଓ ଛବିରାଣୀ ଟୁଡୁ ସାହାଯ୍ୟ କରିଥିଲେ । ୧୧ଟା ଜୁନିଅର ରେଡ଼କ୍ରସ ଖୋର୍ଦ୍ଧାର ସମ୍ପାଦକ ଭାସ୍କର ଚନ୍ଦ୍ର ଲେଙ୍କା ଙ୍କ ନେତୃତ୍ୱରେ ଓଡିଆର୍ଟ, ଆଇ ଏନ୍ ସି, ଚିଲିକା ଆଦି ପରିଭ୍ରମଣରେ ଜୁନିଅର ଛାତ୍ରଛାତ୍ରୀ ଯାଇ ସେଠାରେ ଭାରତୀୟ ଜଳ ସେନାର ଅଗ୍ନିବୀର ଆଧାରିତ କ୍ୟାରିୟର କାଉନସେଲିଙ୍ଗରେ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଇଓ ସହାୟତା କରିଥିଲେ ।

ଏବଂ ଦିବା ୧.୩୦ ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଲିମ ଶିବିରରେ ଦ୍ଵିତୀୟାର୍ଦ୍ଧ ରେ ଅବସର ପ୍ରାପ୍ତ ଆଇ ଏଫ ଏସ ଆଶୁତୋଷ ସlମନ୍ତସିଂହାର ଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଏବଂ ବ୍ରହ୍ମପୁର ନାଭାଲ ୟୁନିଟର କାମାଣ୍ଡିଙ୍ଗ ଅଫିସର ଡି ଜେ ସିଂହଙ୍କ ଦ୍ୱାରା ଶିକ୍ଷାର୍ଥୀ ପାଇଁ ଏନ ସି ସି (ଜଳ ସେନା ) କିପରି ଅପରିହାର୍ଯ୍ୟ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଦିବା ୪ ଟାରେ ବିଭିନ୍ନ ସାହିତ୍ୟ ଭିତିକ ଓ ସନ୍ଧ୍ୟା ୭ ଟା ରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ନୂତନ ଭାବେ “ସେବକଶ୍ରୀ ସମ୍ମାନ” ରେ ସମ୍ମାନିତ ଅତିଥି ଭୁବନେଶ୍ୱର ବରିଷ୍ଠ ବିଇଓ ଡ଼ଃ ପ୍ରଜ୍ଞା ପାରମିତା ଜେନା, ଜଟଣୀ ବରିଷ୍ଠ ବିଇଓ ରଶ୍ମିବାଳା ପରିଡ଼ା, ଖୋର୍ଦ୍ଧା ବିଇଓ ସନ୍ଧ୍ୟାରାଣୀ ରାଉତ, ଟାଙ୍ଗୀ ବିଇଓ ରବୀନ୍ଦ୍ର କୁମାର ସାହୁ ଓ ବାଲିଅନ୍ତା ବିଇଓ ପ୍ରଜ୍ଞା ପାରମିତା ଜେନା ପରିବେଶବିତ ଆଶୁତୋଷ ସlମନ୍ତସିଂହାର ଓ କମଣ୍ଡାର ଡି ଜେ ସିଂହ ଭୁଷିତ ହେବା ସହ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଜିଲ୍ଲା ରେଡ଼କ୍ରସ ବିଭାଗର ପରାମର୍ଶଦାତା ସନ୍ତୋଷ କୁମାର କର, ଅମ୍ବିକା ପ୍ରସାଦ ପଟ୍ଟନାୟକ, ସୁରେନ୍ଦ୍ରନାଥ ସାହୁ, ଚିଲିକା ଏବିଇଓ ନୀଳାଦ୍ରି ଭୂଷଣ ଦାଶ, ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଝରଣା ଓଝା, ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ବେହେରା, ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ପାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟର ଗୋପୀନାଥ ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଯୋଗଦେଇଥିବା ସମସ୍ତ କାଉନସେଲର, ସି ଆର୍ ସିସି, ବିଭିନ୍ନ ସମାଜସେଵୀ ତଥା ଅଞ୍ଚଳର ବିଭିନ୍ନ ପ୍ରମୁଖ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ ।

Exit mobile version