ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସର ଉଚ୍ଚ ମହାବିଦ୍ୟାଳୟ ର ଚତୁର୍ଥ ବନ୍ଧୁ ମିଳନ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ବଡ଼ପଣ୍ଡୁସର ମହାବିଦ୍ୟାଳୟ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା,ଏକାଠି ହେଲେ ସହପାଠୀ, ସ୍ଥାନୀୟ ପ୍ରତାପ ପ୍ରସାଦ ( ମଜୁରିଆପଲ୍ଲୀ ) ଭୈରବୀ ମନ୍ଦିର ପରିସରରେ 2000 ମସିହା ର ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବନ୍ଧୁତ୍ୱପୁର୍ଣ ଆଲୋଚନା କରିଥିଲେ.

ପୁରାତନ ଛାତ୍ର ପ୍ରତାପ ଦତ୍ତ କହିଥିଲେ ଆମକୁ ମିଳିଥାଏ କିନ୍ତୁ ବନ୍ଧୁତ୍ୱ ମିଳିନଥାଏ.ଛାତ୍ର ସଭାପତି ମହେନ୍ଦ୍ର ମାଣିକ, ଉପସଭାପତି, ରଞ୍ଜନ ପରିଡା,ସମ୍ପାଦକ ପ୍ରତାପ ଦତ୍ତ, ସହସମ୍ପାଦିକା ମମତା ସାହୁ,କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତି ଏବଂ ଅନ୍ୟ ପୁରାତନ ପ୍ରମୁଖ ସହଯୋଗ କରିଥିଲେ.ଭୋଜି କରି ଆନନ୍ଦ ଉଲ୍ଲାସ ରେ ମଜା କରିଥିଲେ.

Exit mobile version