ଜିଲ୍ଲା ପ୍ରେସ କ୍ଳବ ନିର୍ବାଚନରେ ସୁନିଲ ସଭାପତି ଓ ବିରେନ୍ଦ୍ର ସମ୍ପାଦକ ଭାବେ ନିର୍ବାଚିତ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଜିଲ୍ଲା ପ୍ରେସକ୍ଲବର ଦ୍ବିବାର୍ଷିକ ନିର୍ବାଚନ ଜିଲ୍ଲା ପ୍ରେସକ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ପୁନର୍ବାର ସଭାପତି ରୂପେ ନିର୍ବାଚିତ ହୋଇଥ‌ିବା ବେଳେ,ଅଶୋକ ପରିଡା ପୁନଃ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ବିରେନ୍ଦ୍ର ସୁବୁଦ୍ଧି ସାଧାରଣ ସଂମ୍ପାଦକ ଭାବେ, ଉପସଭାପତି ରୂପେ ସୂର୍ଯ୍ୟ ନାରାୟଣ ବେହେରା ଓ ବିମଳ ବେହେରା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ରୂପେ ଜୟସେନ ପରିଡା ନିର୍ବାଚିତ ହୋଇଛଥିବା ଜଣାଯାଏ।

ଜିଲା ପ୍ରେସକ୍ଲବର 36 ଜଣ ସଦସ୍ୟ ନିର୍ବାଚନରେ ଭାଗନେଇଥିଲେ।ଅନୁପସ୍ଥିତ କାରଣରୁ 5 ଜଣ ସଦସ୍ୟ ନିର୍ବାଚନରେ ଭାଗନେଇ ପାରିନଥିଲେ। ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ ସଦସ୍ୟ ବିଜୟ କୁମାର ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ମନୋନୀତ ହୋଇଥିବା ବେଳେ ସନ୍ତୋଷ କୁମାର ଦିଗାଲ ସହଯୋଗ କରିଥିଲେ।

ନିର୍ବାଚନ କାର୍ଯ୍ୟ ଦୁଇଜଣ ବରିଷ୍ଠ ସାମ୍ବାଦିକ ସୂଚାରୁରୂପେ ପରିଚାଳନା କରିଥିଲେ।ସଦସ୍ୟ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଆଗାମୀ ଦିନରେ ପ୍ରେସକ୍ଲବର ଉନ୍ନତି ପାଇଁ ନୂତନ କମିଟି ଧ୍ୟାନ ଦେବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।ଆଗାମୀ ବୈଠକରେ କାର୍ଯ୍ୟକାରୀ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯିବ ବୋଲି ସଭାପତି ଓ ସମ୍ପାଦକ କହିଥିଲେ । ବିଦାୟୀ କମିଟିକୁ ଧନ୍ୟବାଦ ଜଣାଇବା ସହ ଓ ନୂତନ କମିଟିକୁ ପ୍ରେସକ୍ଲବ ସଦସ୍ୟମାନେ ଶୁଭେଚ୍ଛା ଜଣାଇଥିଲେ।

Exit mobile version