ଛାତ୍ରଛାତ୍ରୀଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ଓଡ଼ଗାଁ ମହୋତ୍ସବ ପଡ଼ିଆରେ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୪ ଗୁରୁବାର ଉଦଘାଟିତ ହୋଇଯାଇଛି।ପ୍ରଥମ ସନ୍ଧ୍ୟାରେ ସ୍କୁଲପିଲାଙ୍କ ଉଚ୍ଚକୋଟୀର ନୃତ୍ୟସଂଗୀତ ପରିବେଷଣରେ ଝୁମିଲେ ଦର୍ଶକ। ସେମାନଙ୍କର ନିଖୁଣ ଅଭିନୟ ବୃତ୍ତିଗତ କଳାକାରମାନଙ୍କ ଠାରୁ ବେଶଅଧିକ ଥିଲାବୋଲି ଦର୍ଶକମାନେ ମତରଖିଥିଲେ।

ସମାଜସେବୀ ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାନ୍ଧ୍ୟ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସଭାପତି ତଥା ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ତଥା ମହୋତ୍ସବ କମିଟି ସଂପାଦକ ଲୋକନାଥ ସାହୁ,

ଉପାଧ୍ୟକ୍ଷl ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ,ବିରଜାଲକ୍ଷ୍ମୀ ସାହୂ,ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ,ଯୁବନେତା ବୀଭୁ ପ୍ରସାଦ ସାହୁ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଦାମୋଦର ଖିଲାର ସମ୍ମାନୀତ ଅତିଥିଭାବେ ଯୋଗଦେଇ ନୟାଗଡ଼ ଜିଲ୍ଲା ସହିତ ଓଡ଼ଗାଁର ସର୍ବଦା ଉନ୍ନତି ଆମରଲକ୍ଷ୍ୟ ବୋଲି କହିଥିଲେ। ଓଡ଼ଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟସଂଗୀତରେ ବିଚାରକ ଭାବେ ପ୍ରଶାନ୍ତ ଦାସ,ଡଃ ଦେବୀ ପ୍ରସାଦ ପଣ୍ଡା, ଦୀନବନ୍ଧୁ ମହାପାତ୍ର,ନରେନ୍ଦ୍ର ତ୍ରିପାଠୀ,

ଶାରଦା ଭାରତୀଙ୍କ ଦ୍ବାରା ମନୋନୀତ ନୃତ୍ୟ ଚୟନ କରାଯାଇ ଉଦ୍‌ଯାପନୀ ସନ୍ଧ୍ୟାରେ ପୁନଃ ପରିବେଷଣ କରାଯିବବୋଲି ଘୋଷଣା କରାଯାଇଥିଲା । ଏବଂ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫ ଦଳକୁ ପୁରସ୍କୃତ କରାଯିବ ବୋଲି ମହୋତ୍ସବ କମିଟି ସମ୍ପାଦକ ଲୋକନାଥ ସାହୁ ସୂଚନା ଦେଇଛନ୍ତି।

ଆଜିର କାର୍ଯ୍ୟକ୍ରମକୁ ଭାବଗ୍ରାହି ମହାପାତ୍ର ସଂଯୋଜନା କରିଥିବାବେଳେ ନୃତ୍ୟ କାର୍ଯ୍ୟକୁ ଶିକ୍ଷକ ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାସ ପରିଚାଳନା କରିଥିଲେ।ପରେ ରକଷ୍ଟାର ଡ୍ୟାନ୍ସ ଏକାଡେମୀ ନୟାଗଡ ଓ ଜିଁଇ ଥିଲେ ଜୀବିକା (ମେଲୋଡି)ବଲାଙ୍ଗୀର କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version