Home ଓଡ଼ିଶା କନ୍ଧମାଳ ପୁଲିସ ଜିଲ୍ଲାରେ ଏସଆଇ ଓ ଏଏସଆଇ ସ୍ତରରେ ବ୍ୟାପକ ଅଦଳ ବଦଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲାର ପୋଲିସ୍ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଅହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଙ୍କ ନିର୍ଦେଶ ରେ ଏହି ବଦଳି କରାଯାଇଥିବା ଜଣାପଡିଛି । ୧୯ ଜଣ ଏସଆଇ ଓ ୧୨ ଜଣ ଏଏସଆଇ ଙ୍କ ବଦଳି ହୋଇଥିବା କନ୍ଧମାଳ ଏସପି ଅଫିସ ଚିଠି ନମ୍ବର ୨୧ /୨୪ ତା,୧୦- ୦୧-୨୪ ରେ ପ୍ରକାଶ ପାଇଛି । ଚିଠି ପ୍ରକାରେ ଏସଆଇ ତପନ କୁମାର ଦାସ ଫିରିଙ୍ଗିଆ ଥାନାରୁ ରାଇକିଆ , ବେଲଘର ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପକ ରାଉତ ଙ୍କୁ ଫିରିଙ୍ଗିଆ , କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଚକାପାଦ ରୁ ସାରଙ୍ଗଡ, ପ୍ରମୋଦ କୁମାର ବେହେରାଙ୍କୁ କ.ନୂଆଗାଁରୁ ଫିରିଙ୍ଗିଆ,ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଙ୍କୁ କ.ନୂଆଗାଁ , କୃଷ୍ଣ ଚନ୍ଦ୍ର ଗୌଡ ଙ୍କୁ ସାରଙ୍ଗଡ ଥାନା ରୁ ଚାକାପାଦ , ସୋମ୍ୟ ରଂଜନ ପତି ଙ୍କୁ କ.ନୂଆଗାଁ ରୁ ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ , ରୂପକ ଦଳାଇ ଙ୍କୁ ଫୁଲବାଣୀ ଟାଉନ ଥାନା ରୁ ଗୋଛାପଡା ଥାନା , ମନୋରଂଜନ ଭୋଇଙ୍କୁ ଗୋଛାପଡା ଥାନା ରୁ ଟାଉନ ଥାନା, ଆଶୁତୋଷ ପାଇକରାୟ ଙ୍କୁ ବାଲିଗୁଡା ରୁ ରାଇକିଆ ଭାରପ୍ରାପ୍ତ ଥାନା ଅଧିକାରୀ , ରଣଜିତା ବେହେରା ଙ୍କୁ ଟାଉନ ଥାନା ରୁ ଘୁ.ଉଦୟଗିରି ଆଦର୍ଶ ଥାନା , ବିକାଶ କୁମାର ଜାଲିକୁ ଫିରିଙ୍ଗିଆ ରୁ ବାରଖମା ଫାଣ୍ଡି , ହରିଶଙ୍କର ମାଠିଆ ବାରଖମା ଫାଣ୍ଡି ରୁ ଖଜୁରୀପଡା , ଓମ୍ ନାରାୟଣ ପାତ୍ର ଙ୍କୁ ବାଲିଗୁଡା ରୁ ଜିଲ୍ଲା ମୁଖ୍ୟାଳୟ ,ଦୀନବନ୍ଧୁ ପ୍ରଧାନ ଙ୍କୁ ଖଜୁରୀପଡା ରୁ ଟିକାବାଲି , ସଞ୍ଜୟ କୁମାର ସ୍ଵାଇଁ ଙ୍କୁ ଟିକାବାଲି ରୁ ବାଲିଗୁଡା , କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ମୁଖ୍ୟାଳୟ ରୁ ବାଲିଗୁଡା , ରୀତାଞ୍ଜଳି ସାହୁ ଙ୍କୁ ମୁଖ୍ୟାଳୟ ରୁ ଟାଉନ ଥାନା , ଦାମୟନ୍ତୀ ବେହେରା ଙ୍କୁ ମୁଖ୍ୟାଳୟ ରୁ କ.ନୂଆଗାଁ ଥାନା କୁ ବଦଳୀ ହୋଇଛି । ସେହିପରି ଏଏସଆଇ ବିଦେଶୀ ପ୍ରଧାନଙ୍କୁ ବାଲିଗୁଡା ରୁ ପସରା ଫାଣ୍ଡି , ପ୍ରକାଶ କୁମାର ବିଷୋଇ ଙ୍କୁ ଖଜୁରିପଡା ରୁ ବାଲିଗୁଡା , ଯୁଗଳ କିଶୋର ନାୟକଙ୍କୁ ସଦର କୋର୍ଟ ରୁ କୋଟଗଡ କୋର୍ଟ, ବିଜୟ କୁମାର ନାୟକଙ୍କୁ କୋଟଗଡ କୋର୍ଟ ରୁ ସଦର କୋର୍ଟ, ନାରାୟଣ ପ୍ରଧାନଙ୍କୁ ବେଲଘର ରୁ ଘୁ . ଉଦୟଗିରି ଆଦର୍ଶ ଥାନା, ପ୍ରମୋଦ କୁମାର ଦୀପଙ୍କୁ ଲାଇନପଡା ଫାଣ୍ଡିରୁ ଖଜୁରୀପଡା ଥାନା , ବୀରେନ୍ଦ୍ର ପ୍ରଧାନ ଙ୍କୁ ରାଇକିଆ ରୁ ଟାଉନ ଥାନା, ବିଷ୍ଣୁ ଚରଣ କହଁର ଙ୍କୁ ପସରା ଫାଣ୍ଡି ରୁ ଲାଇନପଡା ଫାଣ୍ଡି , ଉଦ୍ଧବ କୁମାର ଜାନିଙ୍କୁ ଖଜୁରୀପଡା ରୁ ବାରଖମା ଫାଣ୍ଡି, ରାମକାନ୍ତ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଗୋଛାପଡା ଥାନା , ରାମକୃଷ୍ଣ ବେହେରା ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଖଜୁରୀପଡା , ରବୀନ୍ଦ୍ର କୁମାର ସେଠୀ ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଘୁ . ଉଦୟଗିରି ଆଦର୍ଶ ଥାନାକୁ ବଦଳୀ ହୋଇଥିବା ଜଣାପଡିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026