କନ୍ଧମାଳ ରୁ ବରଗଡ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା : ଗଞ୍ଜେଇ ସହ କାର ଜବତ – ଜଣେ ଗିରଫ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି ।

ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ ସନ୍ଧ୍ୟା ୭ ଟା ସମୟ ରେ ବାରଖମା ଠାରୁ ପୁନୀନାଟ ରାସ୍ତା ରେ ପେଟ୍ରୋଲିଂ କରୁଥିବା ବେଳେ ପୁନୀନାଟ ଜଙ୍ଗଲ ନିକଟରେ ଏକ ଡଷ୍ଟର କାର ଓ ଡି ୦୨ ଏଲ ୯୧୯୧ ଟି ଆସୁଥିବା ବେଳେ ଅଟକାଇ ଚେକିଙ୍ଗ କରୁଥିବା ବେଳେ

ଘଟଣା ସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଗାଡିରେ ବସିଥିବା ବରଗଡ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଭୁତମୁଣ୍ଡା ଗ୍ରାମର ଅକୃର ମାଝି କୁ ଗିରଫ କରିବା ସହ ଏ ନେଇ ବାଲିଗୁଡା ଥାନା ରେ କେଶ ନଂ.୧୫ /୨୪ ରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ କାର ରୁ ଦୁଇଟି ବସ୍ତାରୁ ୭୮ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । 

Exit mobile version