
୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସହରେ କାର୍ଯ୍ୟରତ ବିଭିନ୍ନ ପ୍ରିଣ୍ଟି ମିଡିଆ ଏବଂ ୱେବ ମିଡ଼ିଆର ୫୦ରୁ ସାମ୍ବାଦିକ ପ୍ରେସ୍ କ୍ଲବ କଟକର ସଦସ୍ୟ ଅଛନ୍ତି । ଏହି ସଦସ୍ୟ ମାନେ ବୁଧବାର ସକାଳେ କଟକ ସ୍ଥିତ ଓଏମ୍ପି ଛକ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକତ୍ରିତ ହୋଇଥିଲେ ।
କଟକ-ଚୌଦ୍ୱାର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କର୍ପୋରେଟର ମୀନା ସାହୁ ଡାକ ବଙ୍ଗଳା ଠାରେ ପହଞ୍ଚି ପ୍ରେସ୍ କ୍ଲବର ସଦସ୍ୟ ମାନଙ୍କ ପିକନିକ ଯାତ୍ରାର ଶୁଭେଚ୍ଛା ଜଣାଇଥିଲେ ।
ସଭାପତି ଶିବୁ କୁମାର ସାହୁ, ସାଧାରଣ ସଂପାଦକ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟ ମାନେ ପାରାଦୀପ ଅଭିମୁଖେ ଯାତ୍ରା କରିଥିଲେ । ପାରାଦୀପରେ ପହଞ୍ଚି ନେହେରୁ ବଙ୍ଗଳା ନିକଟସ୍ଥ
ଝାଉଁ ଜଙ୍ଗଲ ପିଣ୍ଡିରେ ଭୋଜିଭାତ କରି ଖାଇବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସାଙ୍ଗକୁ ଖୁସି ବାଣ୍ଟିଥିଲେ । ପାରାଦୀପର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ମହେଶ ପାତ୍ର, ମାନସ କୁମାର ସାହୁ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
