ବାଣପୁର : ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବାଲୁଗାଁ :-> ଶୁକ୍ରବାର ପୂର୍ବାହ୍ନରେ ବାଣପୁର କଲେଜ ଛକ ସ୍ଥିତ ୟୁକୋବ୍ୟାଙ୍କ ଠାରେ ଏକ ବାଇକ ଦୁର୍ଘଟଣା ଘଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଶିବ ମହାରଣା l ଘଟଣାରୁ ପ୍ରକାଶ ଯେ , କୁମାରାଙ୍ଗ ଗ୍ରାମର ଶିବ ମହାରଣା ଏକ ସାଇକେଲ ଯୋଗେ କୌଣସି କାମରେ ନିଜ ଗ୍ରାମରୁ ବାଣପୁର ବଜାରକୁ ଆସୁଥିବା ବେଳେ ସେହି ସମୟରେ କଲେଜ ଛକସ୍ଥିତ ୟୁକୋ ବ୍ୟାଙ୍କ ଠାରେ ପ୍ରତାପ ପଟୁ ଆସୁଥିବା ଏକ କେଟିଏମ ମୋଟରସାଇକେଲ ଆରୋହୀ ଦ୍ରୁତ ଗତିରେ ଆସି ଶିବ ମହାରଣାଙ୍କୁ ପଛପଟୁ ଶକ୍ତଧକ୍କା ଦେଇଥିଲା ।

ଫଳରେ ସେହି ସ୍ଥାନରେ ଶିବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହି ଛଟ ପଟ ହେଉଥିଲେ  l ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତାଙ୍କୁ ବାଣପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଶିବଙ୍କ ସ୍ତ୍ରୀ କୁନି ମହାରଣା ବାଣପୁର ଥାନାରେ ଏତଲା ଦେବା ପରେ ବାଣପୁର ପୋଲିସ ମୋଟର ସାଇକେଲଟିକୁ ଜବତ କରିଛି । ଚାଳକ ଜଣକ ସୁନାକେରାର ବବୁଲ ସାହୁ ବୋଲି ଜଣାପଡିଛି । କିନ୍ତୁ ଶିବଙ୍କୁ ଜୋରରେ ଆଘାତ ଲାଗିଥିବା କାରଣରୁ ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ପୋଲିସ ମୃତଦେହ କୁ ଜବତ କରି ତଦନ୍ତ ଜାରି ରଖିଛି l


 

Exit mobile version