ବାଣପୁର ଗସ୍ତରେ ଭି କେ ପାଣ୍ଡିଆନ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାଣପୁରରେ ତାଙ୍କର ପ୍ରଥମ ରାଜନୈତିକ ସଭାରେ ଯୋଗଦେବା ପାଇଁ ଆସି ଅପରାହ୍ନରେ ପହଞ୍ଚି ଥିଲେ। ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କର ପ୍ରଥମେ ଦର୍ଶନ ସାରି , ରୂପାନ୍ତରଣ କାର୍ଯ୍ୟ ର ସମୀକ୍ଷା କରିଥିଲେ, ପଲଟଣ ପଡିଆଠାରେ ଆୟୋଜିତ ସଭାସ୍ଥଳରେ ଆସି ପହଞ୍ଚି ଥିଲେ।

ସେଠାରେ ରାଜ୍ୟସଭା ସାଂସଦ, ସାଧାରଣ ସଂପାଦକ ତଥା ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଂଜନ ମଙ୍ଗରାଜ, ବିଜେଡ଼ିର ସାଧାରଣ ସଂପାଦକ ବବି ଦାସ,ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନା, ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ,

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବାଣପୁର ନଗରପାଳ ମିଟୁ ନାୟକ,ବାଲୁଗାଁ ଅଧ୍ୟକ୍ଷଙ୍କ ପ୍ରତିନିଧି ସନ୍ତୋଷ କୁମାର ପାଇକରାୟ, ବାଲୁଗାଁ ବିଜେଡି ଏନଏସି ସଭାପତି ଜୟନ୍ତ କୁମାର ସ୍ଵାଇଁ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସଂପାଦକ ତଥା କୁମାରଙ୍ଗ ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ,

ବାଣପୁର ସଭାପତି ଭବାନୀ ପ୍ରସାଦ ବଳିଆର ସିଂହ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର,ବରିଷ୍ଠ ବିଜେଡ଼ି ନେତା ଉତ୍କଳ ପାଇକରାୟ, ପ୍ରଭାସ ସୁନ୍ଦରାୟ ପ୍ରମୁଖ ସମସ୍ତ ଛାମୁଆଁ ବିଜେଡି ନେତା ଓ ନେତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଅନ୍ୟମାନେ ଶ୍ରୀ ଯୁକ୍ତ ପଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଲୋକାରଣ୍ୟ ହୋଇପଡିଥିବା ସଭାସ୍ଥଳର ଚତୁର୍ଦ୍ଦିଗ କୁ ବୁଲି ଲୋକମାନଙ୍କ ଠାରୁ ସିଧାସଳଖ ଦରଖାସ୍ତ ଗ୍ରହଣ ସାରିବା ପରେ ସାଂସଦ ମାନସ ରଂଜନ ମଙ୍ଗରାଜ 5 T ଅଧ୍ୟକ୍ଷ ଙ୍କୁ ବୀର ବାଣପୁର ମାଟିର ମୁକୁଟ ପିନ୍ଧାଇଥିଲେ। ବୀର ପାଇକ ପୁଅ ର ଶାଣିତ ତରବାରୀ ରକ୍ଷାକବଚ ଢାଲ ଉପହାର ପ୍ରଦାନ କରିଥିଲେ । ଉପସ୍ଥିତ ସଭାକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀକୁ ପ୍ରଦାନ କରାଯାଇ ଥିବା ଅନୁଦାନ କୁ ସମସ୍ତଙ୍କୁ ଜଣାଇଥିଲେ।ସମୁଦାୟ ନବେ କୋଟି ଟଙ୍କା ର ବ୍ୟୟ ବରାଦ ସେଥିରେ ଭଗବତୀଙ୍କ ପୀଠ ରୂପାନ୍ତରଣ ପ୍ରକଳ୍ପ ୩୩ କୋଟି, ବାଣପୁର ଠାରୁ ଆୟତପୁର ପର୍ଯ୍ୟନ୍ତ ରାସ୍ତା ଓ ଡେନେଜ ପାଇଁ ୨୬କୋଟି, ବାଲୁଗାଁ କଲେଜ ଓ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ଦେଢ଼ କୋଟି ଲେଖାଏଁ, ଚଣ୍ଡିହର ଦେବ ଚଣ୍ଡେଶ୍ଵର ମନ୍ଦିର ପାଇଁ ଦେଢ଼ କୋଟି ସହିତ ବିଭିନ୍ନ ଜନହିତକର ଯୋଜନା ଯାହାର ବିଏସକେୱାଇ କାର୍ଡ ନାହିଁ ୧୬ ତାରିଖ ସୁଦ୍ଧା ଆବେଦନ କରିବା ପାଇଁଁ କହିଲେ,

ଲକ୍ଷ୍ମୀ ବସ ଫେବୃଆରୀ ଶେଷ ସୁଧା ଗଡିବ ଓ ବିଭିନ୍ନ ଭତ୍ତା ବୃଦ୍ଧି ସମ୍ପର୍କ ରେ ସୂଚନା ଦେଇ କହିଥିଲେ।ଗଲା ବେଳେ ଏସ ଏଚ ଜି ଗ୍ରୁପ୍ ମା ମାନଙ୍କ ହାତରନ୍ଧା ଭୋଜନ କେଫ୍ ଠାରେ ଖାଇ ସାରିବା ପରେ ବୀର ପାଇକ ମାଟି ବାଣପୁର ରୁ ବିଦାୟ ନେଇ ଥିଲେ। ବାଣପୁର ପ୍ରଶାସନ ଏବଂ ବାଲୁଗାଁ ଓ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Exit mobile version