୩୨ ତମ ମା ବାଗଦେଵୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଖାଲମଡା ବିଜୟୀ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ରେ ୩୨ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ରେ ମା ବାଗଦେଵୀ କ୍ରିକେଟ୍ ଟିମ୍, ଖାଲମଡା ୧୫ ଓଭରରେ ୧୩୧ ରନ ସଂଗ୍ରହ କରିଥିବା ବେଳେ କୁସୁମ ଗାଡିଆ କ୍ରିକେଟ୍ ଟିମ୍ ୮୫ ରନ ସଂଗ୍ରହ କରି ମ୍ୟାଚଟି ରେ ପରାଜୟ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ବିଜୟୀ ହୋଇଥିବା ମା ବାଗଦେବୀ କ୍ରିକେଟ୍ ଟିମ୍ କୁ ଟ୍ରଫି ପ୍ରଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ମାଳିସାହି , ବେରୁଆ ବାରି ସମିତି ସଭ୍ୟ,

ଯୁବ ବିଜେଡ଼ି ନେତା ସୁଶାନ୍ତ କୁମାର ପଢ଼ିଆରି,ନୂଆଗାଁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ,ମା ତାରିଣୀ ନାଟ୍ୟ ସଂସଦ ମ୍ୟାନେଜର ନରୋତ୍ତମ ପ୍ରଧାନ ପ୍ରମୁଖ ଯୋଗଦେଇ କୁସୁମ ଗାଡିଆ କ୍ରିକେଟ୍ ଟିମ୍ କୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ନିତୁନ ପରିଡ଼ା ପରିଚାଳନା କରିଥିବା ବେଳେ ମା ବାଗଦେଵୀ କ୍ରିକେଟ୍ କ୍ଳବ୍ ଖାଲମଡା ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Exit mobile version