ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ – ଜଗନ୍ନାଥଙ୍କୁ ଦର୍ଶନ କରିବା ହେବ ସହଜ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଶ୍ରୀକ୍ଷେତ୍ରର ଦୂର ହେବ ପରିକ୍ରମା ପ୍ରକ୍ଲପ ପାଇଁ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ । ପୁରୀର ବହୁପ୍ରତୀକ୍ଷିତ ଶ୍ରୀ ସେତୁ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ କ୍ଷେତ୍ର ଚଳଚଂଚଳ ହୋଇଥିବାବେଳେ ଚର୍ଚ୍ଚାରେ ରହିଛି ‘ଟ୍ରମ୍ପେଟ ବ୍ରିଜ’ ବା ‘ଶ୍ରୀ ସେତୁ’ ।

କୁହାଯାଉଛି ପୁରୁଷୋତମ କ୍ଷେତ୍ରର ପ୍ରବେଶ ପଥରେ ଉପୁଜୁଥିବା ଜଟିଳ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଯାଉଛି ତୂରୀ ଆକୃତିର ଏହି ଶ୍ରୀ ସେତୁ । ଏଣିକି ଗାଡିରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ଯିବାକୁ ପଡିବନି । ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥପ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ଉପରେ ତୂରୀ ଆକୃତିର ଓଭରବ୍ରିଜ ତିଆରି ହୋଇଛି ।

ଏହି ବ୍ରିଜ ଦେଇ ଭକ୍ତମାନେ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଅନ୍ୟ ସ୍ଥାନରେ ପଂହଚିପାରିବେ । ଏଥିିପାଇଁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କାମ ଆଗେଇଚାଲିଛି । କୁହାଯାଉଛି, ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଅପେକ୍ଷାର ତିକ୍ତ ଅନୁଭୂତିକୁ ବଦଳାଇଦେବ ‘ଶ୍ରୀ ସେତୁ’ । ଏହି ସେତୁରେ ଛିଡା ହେଲେ ପୁରା ଶ୍ରୀକ୍ଷେତ୍ରକୁ ଦେଖିବାର ସୁଯୋଗ ମିଳିବ ।

ଭିଡ ଯୋଗୁଁ ଭକ୍ତ ଯେଉଁ ଟ୍ରାଫିକ ସମସ୍ୟା ଭୋଗୁଥିଲେ ତାହା ଆଉ ରହିବ ନାହିଁ । ଶ୍ରୀସେତୁ ମାଳତୀ ପାଟପୁରରୁ ବଡ ଦାଣ୍ଡକୁ ସଂଯୋଗ କରିବ । ଶ୍ରୀସେତୁ ପାଇଁ ଖର୍ଚ୍ଚ ହୋଇଛି,୧୬୧ କୋଟି ୪୩ ଲକ୍ଷ ଟଙ୍କା, ଶ୍ରୀସେତୁକୁ ୪ ଲାଇନ ରାସ୍ତା ସଂଯୋଗ କରୁଛି। ଏହା ରାଜ୍ୟର ସବୁଠାରୁ ବଡ଼ ଓ ଆକର୍ଷର୍ଣୀୟ କଳାକୃତି ଅଟେ ।

Exit mobile version