ନିଆଳି ମହୋତ୍ସବର ପ୍ରସ୍ତୁତି ବୈଠକ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମହୋତ୍ସବ ୨୦୨୪ ର ଏଥର ମାଘ ସପ୍ତମୀରେ ନ ହୋଇ ଏକାଦଶୀରେ ଅନୁଷ୍ଠିତ ହେବ ବୋଲି ଆଜିର ଏକ ସାମ୍ବାଦିକ ସମ୍ମିଳନୀ ରେ ନିଆଳି ବିଧାୟକ ତଥା ମହୋତ୍ସବର ପରିଚାଳନା କମିଟି ର ସଭାପତି ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଘୋଷଣା କରିଛନ୍ତି । ଏହି ଉତ୍ସବ ଭିନ୍ନ ଧରଣର ହେବା ସହ ଆସନ୍ତା ଫେବୃୟାରୀ ମାସ ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଧୁମଧାମରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଅଛି ।

ଉତ୍ସଵଟି ବେସରକାରୀ ହୋଇ ଥିଲେ ମଧ୍ୟ ଏଥିରେ ବିଭିନ୍ନ ବିଭାଗର ସରକାରୀ କର୍ମ ଚାରୀ ସମେତ ବୁଦ୍ଧିଜୀବୀ, ସ୍ଥାନୀୟ ମନ୍ୟଗଣ ବେକ୍ତି, କମିଟିର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତୁତ ବୈଠକରେ ବିଡିଓ ହୁଲାସ ଚନ୍ଦ୍ର ସେଠୀ, ବିଶିଷ୍ଟ କବି ତଥା ସାହିତ୍ୟକ ତ୍ରିନାଥ ପଟ୍ଟନାୟକ, ଅତିରିକ୍ତ ତହସିଲଦାର, ସମେତ ଏ ବିଡିଓ, ଏବଂ ଜିଲ୍ଲାପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସାମ୍ବାଦିକମାନେ ଉପସ୍ଥିତ ରହି ଥିଲେ ।

Exit mobile version