ଆରମ୍ଭ ହେଲା ନାଇଜର ଭୁବନେଶ୍ୱରରେ ଏମ୍ବୋ ଆଇ.ଏସ.ପି.ପି ସମ୍ମିଳନୀ

୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ନାଇଜର ଭୁବନେଶ୍ୱରରେ ଆରମ୍ଭ ହେଲା ଏମ୍ବୋ ଆଇ.ଏସ.ପି.ପି.ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ, ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବl ଉଦ୍ଭିଦ ବିଜ୍ଞାନ ଓ କୃଷି ବିଜ୍ଞାନକୁ ନେଇ ଅନୁଷ୍ଠିତ ହେଉଥିବା ଏକାଦଶ ତମ ଏହି ସମ୍ମିଳନୀକୁ, ୨୦୦୧ ମସିହାରେ ଆମେରିକାରେ ହୋଇଥିବା ସମ୍ମିଳନୀରେ ଭାରତ ଏହି ସମ୍ମିଳନୀକୁ ମନସ୍ଥ କରିଥିଲା,

ପ୍ରଥମ ଥର ପାଇଁ ଭାରତର ଓଡିଶାରେ ହଉଛି ଏହି ସମ୍ମିଳନୀ,ଏ ନେଇ ନାଇଜର ଭୁବନେଶ୍ୱର କର୍ତ୍ତୃପକ୍ଷ ତରଫରୁ କଡ଼ା ସୁରକ୍ଷା ସହିତ ସବୁ ପ୍ରକାର ବନ୍ଦବସ୍ତ ମଧ୍ୟ କରାଯାଇଛି l ଏହି ସମ୍ମିଳନୀରେ ଇଉରୋପରୁ ୮୦ ଜଣ ଓ ଭାରତରୁ ୨୦୦ ରୁ ଉର୍ଦ୍ଧ ଉଦ୍ଭିଦ ବୈଜ୍ଞାନିକ ଯୋଗଦେବେ l

କୃଷିର ଉର୍ନତି କିପରି କରିପାରିବେ ସେଥିପ୍ରତି ସଚେତନତା ସୃଷ୍ଟି କରିବେl ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ଲୋକାଲ୍ ଫର ଭୋକାଲ୍ ” ଘୋଷିତ ହୋଇଥିବା କାର୍ଯ୍ୟକ୍ରମକୁ ରୂପାୟନ କରିବାପାଇଁ ଏହି ଆୟୋଜନକୁ ଜର୍ମାନୀର ଏମ୍ବୋ,ଭାରତର ପରମାଣୁ ଉର୍ଜା ବିଭାଗ, ନାଇଜର, ଭାରତୀୟ କୃଷି ଗବେଷଣା କାଉନସିଲ,

ସି.ଏସ.ଆଇ.ଆ ର,ଏସ.ଆଇ. ଆର.ବି.ଡି.ବି. ଟି ଓ ଏନସା ଭଳି ଅନୁଷ୍ଠାନ ସହଯୋଗ କରୁଥିଲା ବେଳେ,ଏଥିରେ ଯୋଗ ଦେଉଥିବା ଯୁବ ଉଦ୍ଭିଦ ଗବେଷକ ବୈଜ୍ଞାନିକ ମାନେ ସେମାନଙ୍କର ଉପଲବ୍ଧି ବାଣ୍ଟିବା ସହ ବିଶିଷ୍ଟ କୃଷି ଓ ଉଦ୍ଭିଦ ବୈଜ୍ଞାନିକଙ୍କ ସହ ମିଶିବାରେ ସୁଯୋଗ ପାଇବେ ବୋଲି କହିଛନ୍ତି ନାଇଜର’ର ନିର୍ଦେଶକ ପ୍ରଫେସର୍ ହିରେନ୍ଦ୍ର ନାଥ ଘୋଷ ଓ ଆବାହକ ଡଃ କିଶୋର ଚନ୍ଦ୍ର ପାଣିଗ୍ରାହୀ ।

Exit mobile version