ସଫଳ ହେଲାନି ଶୋଭନଙ୍କର ବନ୍ଧୁମିଲନ : ମାହାଙ୍ଗା ଛାଡି ବଡଚଣାରେ କଲେ ବୈଠକ
ବିଫଳହେଲା ଶୋଭନଙ୍କ ବନ୍ଧୁମିଲନ – ମିଳିଲାନି ଜନସମର୍ଥନ
ମାହାଙ୍ଗା ରୁ ହଟିଲା ଅଶାନ୍ତି ର ବାତାବରଣ – ଦେଖିବାକୁ ମିଳିଲା ବଡ଼ଚଣା ରେ ।
୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ବିଧାନ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ସରଗରମ ହେଉଛି, ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେ ଠାରୁ ଲବି ଆରମ୍ଭ ହୋଇ ଗଲାଣି, ଏବେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁତ୍ର ଶୋଭନ କର ଚାକିରୀ ଛାଡି କିଛି ଦିନ ହେବ ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ ବଜାୟ ରଖିବାକୁ ପ୍ରୟାସ ଜାରି ରଖିଥିବାବେଳେ ତାହା ସଫଳ ହେଉନି,
ମାହାଙ୍ଗାର ବଦନାମ କର୍ମୀଙ୍କୁ ନେଇ ଏବେ ବଡଚଣା ବ୍ଲକ ବାଳୀଚନ୍ଦ୍ରପୁର ଥାନା ଓଳାଶୁଣୀ ପାହାଡ଼ ତଳେ ବନ୍ଧୁମିଲନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଆଶା ଥିଲା ମାହାଙ୍ଗା ସୀମାରେ ବୈଠକ କଲେ କାଳେ ବିଜେଡି କର୍ମୀ ସେଠାକୁ ଯିବେ, ହେଲେ ଶୋଭନଙ୍କ ଚାରିପଟେ ଘେରି ରହିଥିବା ବିଜେଡି ବିରୋଧୀ ଭଙ୍ଗୁରି ନେତାଙ୍କ ପାଇଁ ସାଧାରଣ କର୍ମୀ ମୁହଁ ବୁଲେଇ ଦେଇଛନ୍ତି, ମହାଙ୍ଗାରୁ ବିଜେଡି ବିଧାୟକ ପାର୍ଥି ହେବା ପାଇଁ ସଭାସମିତିରେ ପରୋକ୍ଷରେ ସୂଚନା ଦେଉଥିବାବେଳେ ପ୍ରକୃତ ପକ୍ଷେ ଶୋଭନ ମାହାଙ୍ଗାର ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି,
ଯେଉଁ ମାନେ ପ୍ରତିଦିନ ବିଜେଡି ବିରୁଦ୍ଧରେ ସର୍ବତ୍ର ନାରବାଜି ଦେଉଛନ୍ତି ସେଇ ମାନେ ଏବେ ଶୋଭନଙ୍କ ମୁଖ୍ୟ ପରାମର୍ଶ ଦାତା ହୋଇଛନ୍ତି, ଯେଉଁ କୁଜି ନେତା ବିଗତଦିନରେ କଂଗ୍ରେସ, ବିଜେଡି ଓ ବିଜେପି ଦଳରେ ରହି ଦଳକୁ ରସାତଳ ଗାମୀ କରିଥିବାରୁ ଦଳରୁ ତଡାଖାଇ ଏଘରମାଉସୀ ସେଘରପିଉସୀ ହେଉଛନ୍ତି ସେଇ ମାନେ ଏବେ ଶୋଭନଙ୍କୁ ନିଜ ଜାଲରେ ପକାଇ ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି,
ଯେଉଁ ଦାଗି ନେତାଙ୍କ ନାମରେ ମାଳମାଳ ଅପରାଧିଜ ମାମଲା ରହିଛି ସେମାନେ ଏବେ ଶୋଭନଙ୍କ ବାହୁଛତ୍ରଛାୟା ତଳେ ରହି ମାହାଙ୍ଗା ରେ ବିଜେଡିକୁ ବଦନାମ କରୁଛନ୍ତି, ଏହି କାର୍ଯ୍ୟ ଯୋଗୁ ଏବେ ସାରା ମାହାଙ୍ଗା ନିବର୍ବାଚନ ମଣ୍ଡଳୀରେ ବିଜେଡି ମହଲରେ ଅସନ୍ତୋଷ ଦେଖାଦେଇଛି, ଯାହାକି ପ୍ରମାଣ କରିଛି ଓଳାଶୁଣୀ ବୈଠକରେ, ଏହି ବୈଠକରେ ଜଣେ ବଡଚଣା ଅଂଚଳର ଅସାମାଜିକ ବ୍ୟକ୍ତି ଦିଲୀପ ସାହୁ ଯିଏକି ଏବେ ଜଣେ ନାବାଳିକା ଅପହରଣ ହେବା ଓ ତାକୁ ବିଭାହ ପାଇଁ ଚାପ ପକାଇବା ଘଟଣାରେ ବଡଚଣା ଥାନା ଅଧିକାରୀ ଗିରଫକରି କୋର୍ଟ ଚାଲାଣ କରିଥିଲେ,
