ସଂପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :->  ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ସେବା ସମବାୟ ସମିତି ଲିଃ ର ଧାନ ମଣ୍ଡି ସୋମବାର ଦିନ ଉଦଘାଟିତ ହୋଇଛି l ସମିତିର ପରିଚାଳନା କମିଟି ସଭାପତି ଭଗବାନ ସ୍ୱାଇଁ , ସେବା ସମବାୟ ବ୍ୟାଙ୍କର ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ମହାପାତ୍ର ଓ ଶିବାନୀ ଫୁଡ୍ ପ୍ରଡକ୍ଟ ପି.ଭି.ଟି.ର ମୁଖ୍ୟ ରବୀନ୍ଦ୍ର କୁମାର ସୁବୁଦ୍ଧି ଯୋଗଦେଇ ଧାନ ମଣ୍ଡି ଉଦଘାଟନ କରିଥିଲେ।

ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜଳଧର ମହାନ୍ତି,ସମାଜସେବୀ ଚିତ ରଂଜନ ମିଶ୍ର, ଶ୍ରୀଧର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ସମିତିର ସମ୍ପାଦକ ଜ୍ଞାନ ରଂଜନ ବେହେରା ଓ କମିଟିର ସଦସ୍ୟ ଏବଂ କର୍ମଚାରୀ ମାନେ ଉପସ୍ଥିତ ସମିତିରେ ବରିଷ୍ଠ ପୂଜକଙ୍କ ଦ୍ଵାରା ପୂଜାପାଠ କରାଯାଇ ଧାନ ମଣ୍ଡି ଉଦଘାଟନ କରାଯାଇଥିଲା l

Exit mobile version