ଭୁବନ ରେ “ଜୟ ଜଗନ୍ନାଥ ଅର୍ପଣ ରଥ” : ଭକ୍ତିରେ ସମର୍ପିଲେ ଗୁଆ,ଅରୁଆ ଚାଉଳ

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ  :-> ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଆସନ୍ତା ୧୭ ତାରିଖ ରେ ହେବ ।ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟବାସୀ ଙ୍କ ସଂପୃକ୍ତି ଲାଗି ସମଗ୍ର ରାଜ୍ୟରେ ବୁଲୁଛି “ଜୟ ଜଗନ୍ନାଥ ଅର୍ପଣ ରଥ “। ଆଜି ଏହି ପବିତ୍ର ରଥ ଭୁବନ ରେ ପହଞ୍ଚିଲା ପରେ ଶ୍ରୀରାମ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପତକା ଦେଖାଇ ଅର୍ପଣ ରଥ ଉଦଘାଟନ କରିଥିଲେ।

ଅର୍ପଣ ରଥ ୧ ନମ୍ବର ୱାର୍ଡ ରୁ ବାହାରି ୬ ନମ୍ବର ଓ ୭ ନମ୍ବର ୱାର୍ଡ ପରିକ୍ରମା କରି ଅକ୍ଷତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା । ଅର୍ପଣ ରଥ ଯିବା ରାସ୍ତାରେ ମହିଳା ମାନେ ଝୋଟି ଚିତା ପକାଇ ପୂର୍ଣ୍ଣ କଳସୀ ବସାଇ ହୁଳହୁଳି ପକାଇ ରଥକୁ ସ୍ଵାଗତ କରି ଭକ୍ତି ର ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ।

ଭୁବନ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାର କାନ୍ତି ମିଶ୍ର ଲୋକଙ୍କ ଠାରୁ ଅରୁଆ ଚାଉଳ,ଗୁଆ ସଂଗ୍ରହ କରି ଆଶୀର୍ବାଦ କରିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପ ନଗରପାଳ ମାନିନୀ ସାହୁ , ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ,

୭ ନମ୍ବର ୱାର୍ଡ କାଉନସିଲର ନରେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ କାଉନସିଲର , ନୋଡାଲ ଅଫିସର ଗୁଣନିଧି ପାତ୍ର,ସଙ୍କୀର୍ତ୍ତନ ମଣ୍ଡଳୀ,ସ୍ଵୟଂ ସହାୟକ ଗୋଷ୍ଠୀ,ଏନ୍ ଏ ସି କର୍ମଚାରୀ ମାନେ ସାମିଲ ହୋଇଥିଲେ। ଅର୍ପଣ ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ପରିକ୍ରମା କରି ଗୁଆ,ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦିଆଯାଇଛି ।

Exit mobile version