ଯୋଗିମୁଣ୍ଡା ରେ ସମାଜ ସେବୀ ବଲରାମ ବାର୍ଗତ୍ତି ଙ୍କ ନୂତନ ବର୍ଷ ର ବନ୍ଧୁମିଳନ

ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁଁ ଅଞ୍ଚଳ ର ବିକାଶ ରେ ବାଧା ; ସୁଯୋଗ ମିଳିଲେ ରାଜନୈତିକ ମୈଦାନ କୁ ଉହ୍ଲାଇବି : ବଲରାମ ବାଗର୍ତ୍ତି

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ହାଇସ୍କୁଲ ଖେଳ ପଡିଆ ଠାରେ ସମାଜ ସେବୀ ତଥା ଯାଦବ ମହାସଂଘ ର ରାଷ୍ଟ୍ରୟୀ ସାଧାରଣ ସଂପାଦକ ବଲରାମ ବଗର୍ତ୍ତି ଆଜି ବିଭିନ୍ନ ବର୍ଗର ଲୋକ ଙ୍କୁ ନେଇ ଏକ ନୂତନ ବର୍ଷ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗର ମହିଲା ଓ ପୁରୁଷ ମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାର ଜନ ସାଧାରଣ ଙ୍କ ହିତ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରୀ କରି ଆସୁଛନ୍ତି । କିନ୍ତୁ ଏହି ସବୁ ଯୋଜନା ମାନ ଠିକ୍ ଭାବରେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ସେମାନେ ଆଜି ପର୍ଯ୍ୟନ୍ତ ଭତ୍ତା ,ଆବାସ ଗୃହ ,ପାନୀୟ ଜଳ ରାସ୍ତା ଭଲି ନିଜ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ଛନ୍ତି । ଏହି ସବୁ ଯୋଜନା କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚିବା ସହ ଅଞ୍ଚଳରେ ଥିବା ଗରିବ ଲୋକ ମାନେ ବାହାର ରାଜ୍ୟକୁ ଦାଦନ ଖଟି ଯିବା ପରିବର୍ତ୍ତେ ନିଜ ଅଞ୍ଚଳରେ ପରିବାର ପ୍ରତିପୋଷଣ କରିପାରିବେ ସେ ବିଷୟ ରେସ ଉଦବୋଧନ ଦେଇଥିଲେ ।ଚାଷି ନିଜର କଷ୍ଟ ଉତ୍ପାଦିତ ଧାନ ଓ କପା କିପରି ଉଚିତ୍ ମୂଲ୍ୟ ରେ ବିକ୍ରୀ କରିପାରିବ ,ଚାଷୀ ଙ୍କ ଦ୍ଵାରା ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ଫସଲ ପିଆଜ ପନିପରିବା ଆଦି ର ରକ୍ଷଣ ବେକ୍ଷଣ ପାଇଁ ଏହି ଅଞ୍ଚଳରେ ଏକ ବୃହତ ଶିତଳ ଭଣ୍ଡାର ନ ଥିବାରୁ ଚାଷୀ ତା ଉତ୍ପାଦିତ ଶସ୍ୟ ର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି ।

ଏହିପରି କି ଅଞ୍ଚଳ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଥିବା ରୁ ଅଞ୍ଚଳ ବାସୀ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ବନ୍ୟଜାତ ଦ୍ରବ୍ୟ ର ଉପଯୁକ୍ତ ମୂଲ୍ୟ ପାଇଁ ପାରୁ ନଥିବାରୁ ଏହା ଉପରେ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ । ଅପର ପକ୍ଷରେ ଗିରବ ଲୋକ ଙ୍କ ଆର୍ଥିକ ସ୍ବଚ୍ଛତା ବୃଦ୍ଧି କରିବା ସହ ସେମାନେ ନିଜ ପିଲା ଛୁଆ ମାନ ଙ୍କୁ କିପରି ସେମାନେ ପାଠ ପଢ଼ାଇ ଭଲ ମଣିଷ ଟିଏ କରି ଗଢି ପାରିବା ସେନେଇ ଦୃଷ୍ଟି ଦେଇ ସ୍ବେଚ୍ଛାକୃତ ଭାବରେ କାମ କରିବି ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବରୁ ସରକାର ଙ୍କ ଦ୍ଵାରା ଏସବୁ ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁଁ ଏହି ସବୁ ଯୋଜନା ବାଟ ମାରଣ ହେତୁ ଲୋକଂକ ପାଖରେ ପହଞ୍ଚି ପାରୁନାହିଁ ।ଯାହାଫଲରେ ଅଞ୍ଚଳର ବିକାଶ ସେତେ ମାତ୍ରା ରେ ହୋଇ ପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଲୋକ ଙ୍କ ଜନହିତକର ପାଇଁ କରାଯାଇ ଥିବା ଆଜିର ଏହି କାର୍ଯ୍ୟକ୍ରମ କୁ ଗତ କାଲି ରାତ୍ରି ସମୟ ରେ ଭଣ୍ଡୁରୁ କରିବା ପାଇଁ କେତେଜଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଉପରେ ଚାପ ପକାଇ ଭଣ୍ଡୁର କରିବାର ପ୍ରାୟସ କରିଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଶ୍ରୀ ବଗର୍ତ୍ତି ପ୍ରକାଶ କରିଥିଲେ । ଏହି ଅବସର ଜନସାଧାରଣ ଙ୍କ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

Exit mobile version