ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତରେ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା’ରେ କେନ୍ଦ୍ର ସରକାର’ଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ଆଜି ମୋହନା ବ୍ଲକ’ର ବିଭିନ୍ନ ପଞ୍ଚାୟତ’ରେ କେନ୍ଦ୍ରୀୟର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ ଲାବରସିଂ ପଞ୍ଚାୟତ’ରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ତର’ର ଶତାଧିକ ସଂଖ୍ୟାରେ ମହିଳା ମାନଙ୍କ ଦ୍ଵାରା ହୁଳହୁଳି ସହ ବନ୍ଦାପନା କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ସେହିଭଳି ଚନ୍ଦ୍ରଗିରି ଓ ଅନ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ସେଠାରେ ମଧ୍ୟ ଭବ୍ୟ ସ୍ବାଗତ କରା ଯାଇଥିଲା ଏବଂ ସେଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ପଞ୍ଚାୟତ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ସରପଞ, ସମିତିସଭ୍ୟା , ନୋଡାଲ ଅଧିକାରୀ ରବି କୁମାର ପାତ୍ର , ଡ୍ରୋନପ୍ରତିନିଧି , କୃଷି ଅଧିକାରୀ , ସିଡିପିଓ: , ପିଏଚଇଓ: ଜଗନ୍ନାଥ ନାୟକ , ଭିବିଏସୱାଇ: ଜିଲ୍ଲା ସଂଯୋଜକ ବାମଦେବ ବଡ଼ନାଇକ ଏବଂ ସିପିଓ: ସୁଶାନ୍ତ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ଏବଂ ନାଏବ ସରପଞ୍ଚ ଶ୍ରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନିଜ ବିଭାଗ ପକ୍ଷରୁ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀ’ଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ । ଏହି ଅବସର’ରେ ବିକଶିତ ଭାରତ ଭାବେ ଗଢି ତୋଳିବା ପାଇଁ ଉପସ୍ଥିତ ସମସ୍ତ’ଙ୍କୁ ନେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ଦ୍ଵାରା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ କରା ଯାଇଥିଲା ।ଅନ୍ୟପକ୍ଷରେ ଉପସ୍ଥିତ ସମସ୍ତ’ଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ପର୍କିତ କେଲେଣ୍ଡର ଏବଂ ସଚେତନତା ପାମ୍ପଲେଟ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସର’ରେ ଉଭୟ ପଞ୍ଚାୟତ ସଭାସ୍ଥଳ ପରିସର’ରେ ପୋଷଣ ଅଭିଯାନ’ରେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଶତାଧିକ ଲୋକ’ଙ୍କ ସୁଗାର , ରକ୍ତଚାପ , ମ୍ୟାଲେରିଆ ପରୀକ୍ଷା କରା ଯାଇଥିଲା। ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ହିତାଧିକାରୀ ମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ ଏବଂ ପରେ ସେମାନ’ଙ୍କୁ ଉପଢୌକନ ଦେଇ ସମ୍ମାନୀତ କରା ଯାଇଥିଲା । ଏହି ଅବସର’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ୪ ଜଣ ହିତାଧିକାରୀ ଯଥା:- ଲାବରସିଂ ଗ୍ରାମ’ର ଅଭିମନ୍ୟୁ ରଇତ:- ପିଏମ: କିସାନ ଯୋଜନା , ରାୟପୁର ଗ୍ରାମ’ର ଉର୍ମିଳା କାର୍ଜି:- ପିଏମ: ଆବାସ ଯୋଜନା , ଲବରସିଂ ଗ୍ରାମ’ର ମାଳତୀ ରଇତ ଉଜ୍ଜଳl ଯୋଜନା ଏବଂ ରାଙ୍କୁଡ଼ା ଗ୍ରାମ’ର ଅନିତା ନାୟକ ସ୍ୱଚ୍ଛ ଭାରତ ଯୋଜନା ସମ୍ପର୍କରେ ଏହି କେନ୍ଦ୍ରୀୟ ଯୋଜନା’ରେ ସାମିଲ ହୋଇ କିଭଳି ସେମାନେ ଉପକୃତ ହେଉଛନ୍ତି ସେ ସମ୍ପର୍କରେ କହି କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ୍ ଦେଇଥିଲେ । ଶେଷରେ ଚାଷ ଜମିରେ ସାର , କୀଟ ନାଶକ ଔଷଧ ଓ ବିହନ ପକାଇବା ଦିଗରେ ଡ୍ରୋନ କିଭଳି ବ୍ୟବହାର କରାଯାଏ , ସେ ଦିଗରେ ଡ୍ରୋନ ଉଡାଣ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ସଚେତନତା ସଭା କାର୍ଯ୍ୟକ୍ରମ’ରେ କାର୍ଯ୍ୟକ୍ରମ’ର ନୋଡାଲ ଅଧିକାରୀ ଶ୍ରୀ ରବି କୁମାର ପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ’କୁ ନୋଡାଲ ଅଧିକାରୀ ଶ୍ରୀ ରବି ପାତ୍ର , ପିଇଓ: ଏବଂ ଜିଆରଏସ: ଆଶାପ୍ରାପ୍ତମାନେ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Exit mobile version