୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଫ୍ରେଣ୍ଡସ ପାରାଡ଼ାଇଜ୍, ଜଟଣୀ ୫-୧ ଗୋଲରେ ବିଜୟୀ

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ମ୍ୟାଚରେ ଫ୍ରେଣ୍ଡସ ପାରାଡ଼ାଇଜ୍, ଜଟଣୀ ଓ ନୀଳମାଧବ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ଫ୍ରେଣ୍ଡସ ପାରାଡ଼ାଇଜ୍, ଜଟଣୀ ଦଳ ସମୁଦାୟ ୫-୧ ଗୋଲ ସ୍କୋର କରି ନୀଳମାଧବ କ୍ଲବ, ଭୁବନେଶ୍ୱର ଦଳକୁ ପରାସ୍ତ କରି ବିଜୟ ହାସଲ କରିବାରେ ସଫଳ ହୋଇଥିଲା।ଆଜିର ଖେଳକୁ ଏମଏସ ବେଗ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା,ଶରତ କୁମାର ଛୋଟରାୟ, ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରିସ୍ନ। ମାନ୍ଧାତା, ୯ ନଂ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରତିନିଧି ସାଗର ବଳିୟାରସିଂହ , ଛଣଗିରି ସରପଂଚ ପୂର୍ଣ୍ଣିମା ମହାପାତ୍ର, ସଭାପତି ମାନସ ଦାସ,

ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ନୃସିହ ଚରଣ ମହାନ୍ତି, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ବିଶ୍ଵନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ର ମ୍ୟାଚ୍ ବଜରଙ୍ଗୀ ସ୍ପୋର୍ଟସ କ୍ଳବ , ଘାଟିକିଆ ଓ ସାନ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ।

Exit mobile version