ଗୋରୁବୋଝେଇ କଣ୍ଟେନରରୁ ୭୦ ଗୋରୁ ଉଦ୍ଧାର ୩ ଗିରଫ

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲାରେ ବଢି ଚାଲିଛି ଗୋଚାଲାଣ।ଗୋମାଫିଆ ମାନେ ନୂଆ ନୂଆ ତରିକାରେ ସେମାନଙ୍କ ବେପାର ବେଧଡକ ଭାବରେ ଚଲାଇଛନ୍ତି।ପୋଲିସ ଆଖିରେ ଆଗୁଂଠି ଗେଜିଂ ପୋଲିସକୁ ଚ୍ୟାଲେଞ୍ଜ କରି ମାଫିଆମାନେ ୧୬ନମ୍ବର ଜାତୀୟ ରାଜପଥରେ ଅନାୟସରେ ଗୋଚାଲାଣ କରୁଛନ୍ତି।ଶୀତଦିନେ ବିଳମ୍ବିତ ରାତିରେ ଗୋଚାଲାଣ ବେଧଡକ ଭାବରେ ଚାଲିଛି।ଗୋମାଫିଆ ମାନେ ଗୋରୁ ଗୁଡିକ ଗାଡିରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ।ବିଳମ୍ବିତ ରାତିରେ ଏକ କଣ୍ଟେନରରେ ୭୦ଟି ଗୋରୁ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଜଂକିଆ ପୋଲିସ ୧୬ନମ୍ବର ଜାତୀୟ ରାଜପଥ ସୁନେଇରୂପେଇ ଠାରେ ଅତର୍କିତ ଚଢାଇ କରି କଣ୍ଟେନର ଗାଡିଟିକୁ ଧରିବାରେ ସଫଳ ହୋଇଛି । ପୋଲିସ ଗୋରୁ ସହିତ ଗାଡିକୁ ଜବତ କରି ଗୋରୁଗୁଡିକ ବୋଲଗଡର ଏକ ଗୋଶାଳାରେ ଛାଡିଛି।ତିନିଜଣ ଅଭିଯୁକ୍ତ ପୋଲିସର ଚଢ଼ାଉ ଦେଖି ଦୈ।ଡି ଫେରାର ହେଉଥିବା ବେଳେ ପୋଲିସ ୩ଜଣଙ୍କୁ ଧରିଵାରେ ସଫଳ ହୋଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ଥାନାରେ ମୁସ୍ତାକିମ ଶାହା,ମିର ହୁସେନ,ସାହାରୁଖ ମଲ୍ଲିକ।ପୋଲିସ ଥାନାରେ ୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Exit mobile version