ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ

୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଟାଙ୍ଗୀ ତହସିଲ ନୂଆଗଡ ପଂଚାୟତ ରଘୁନାଥପୁର ସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଭସ୍ମୀଭୂତ ହୋଇଯାଇଛି। ଆଜି ମଧ୍ୟାହ୍ନ ରେ ଉକ୍ତ ସାହିର ଗୋଲଖ ପ୍ରଧାନ (୫୭) ଙ୍କ ଘରେ ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡରେ ୧୦ ବସ୍ତା ଧାନ ସମେତ ବହୁ ମୁଲ୍ୟବାନ ଆସବାବପତ୍ର ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଭୁଷଣ୍ଡପୁର ରାଜସ୍ବ ଅଧିକାରୀ ପହଞ୍ଚି ଅନୁସଂଧାନ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଗୋଲେଖ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ବିଜେପି ନେତା ରାମ ନାରାୟଣ ଦାଶ ଦାବୀ କରିଛନ୍ତି।

Exit mobile version