୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ/ଏନଏନଏସ :-> ମାନ୍ୟବର ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗୋପାଳପୁର ଆରଜା ପଲ୍ଲୀ ରୁ ବାହାରି ପୂର୍ବାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ସ୍ଥାନୀୟ ମସ୍ଚ୍ୟଜୀବି ମାନଙ୍କ ସହ ମିଶିଥିଲେ l ମସ୍ଚ୍ୟ ଜୀବିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା କରିଛନ୍ତି ତାହା ପ୍ରକୃତରେ ସେମାନଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତାହା ଜାଣିବା ପାଇଁ ସlରା ଭାରତର ଉପକୂଳ ବର୍ତ୍ତୀ ଏରିଆ ବୁଲୁଛନ୍ତି ମାନ୍ୟବର ମନ୍ତ୍ରୀ l
ଆଜି ବିଭିନ୍ନ ମସ୍ଚ୍ୟ ଜୀବି ସଂଗଠନ ତରଫରୁ ଚିଲିକାର ଉର୍ନ୍ନତି ପାଇଁ ଦାଵୀପତ୍ର ଦେଇଥିଲେ l ଉକ୍ତ ଦାବୀ ପତ୍ରକୁ ରାଜ୍ୟ ସରକାରଙ୍କ ସହ ଆଲୋଚନାକରି କେମିତି କାର୍ଯ୍ୟକାରୀ ହେବ କହିବା ସହ କେନ୍ଦ୍ର ସରକାରଙ୍କ କିଷାନ କ୍ରେଡିଟ କାର୍ଡ କେବଳ କିସାନ ମାନଙ୍କ ପାଇଁ ନୁହେଁ ମସ୍ଚ୍ୟଜୀବି ମାନଙ୍କୁ ମଧ୍ୟ୍ୟ ଦିଆଯିବ ବୋଲି କହିଛନ୍ତି l
ଆଉ ମଧ୍ୟ୍ୟ ମସ୍ଚ୍ୟଜୀବି ମହିଳା ମାନଙ୍କ ପାଇଁ କି ପ୍ରକାର ସୁବିଧା ଦିଆଯାଇପାରିବ ସେ ନେଇ ବିଭାଗ ସହ ଆଲୋଚନା କରିବେ l ବାଲୁଗାଁ ଚିଲିକା କୂଳରେ ଥିବା ମାଛ ଗୋଦାମ ବୁଲି ମାଛର ଦର ବୁଝିବା ସହ ସେମାନଙ୍କ ସହ ମିଶି ଥିଲେ l ମଧ୍ୟାହ୍ନରେ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୋଦପୁର ଗ୍ରାମର ତପନ ବେହେରାଙ୍କ ଘରେ ପହଞ୍ଚି ମଧ୍ୟlହ୍ନ ଭୋଜନ କରି ସାରିବାପରେ ମସ୍ଚ୍ୟଜୀବି ଗ୍ରାମ ନଈରୀରେ ପହଞ୍ଚି ଏକ
ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ବୁଝାଇ ଥିଲେ l ପରେ ଅପରାହ୍ନରେ ଜଳପଥ ଦେଇ ସାତପଡ଼ା ଗ୍ରସ୍ଥରେ ବାହାରି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର,ବରିଷ୍ଟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
