ଲିଆଫି ବାଲୁଗାଁ ସଂଘ ତରଫରୁ ବଣଭୋଜି ଓ ବାର୍ଷିକ ପାଠଚକ୍ର

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଜୀବନ ବୀମା ଶାଖା ଲିଆଫି ସଂଘ ତରଫରୁ ଏକ ବାର୍ଷିକ ପାଠଚକ୍ର ଓ ବଣଭୋଜି ର ଆୟୋଜନ ମା ବୋଇତିଆଣି ଦେବୀ, ବେଣୀ ପଥର,ଚଣ୍ଡେଶ୍ଵର ଠାରେ ହୋଇଥିଲା । ଅଭିକର୍ତ୍ତା ସଂଘ ର ସଭାପତି ତ୍ରିଲୋଚନ ସାହୁ ଙ୍କ ତତ୍ବାବଧାନରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା, ସମ୍ପାଦକ ରତିକାନ୍ତ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ବାର୍ଷିକ ଆୟ ବ୍ୟୟର ହିସାବ ଦେଇଥିଲେ ।

ଏହି ସଭାରେ ମୂଖ୍ୟ ଅତିଥି ରୂପେ ବରିଷ୍ଠ ଶାଖା ପ୍ରବନ୍ଧକ ଉମାକାନ୍ତ ଉଦ୍ ଗାତା ଯୋଗ ଦେଇ ଜୀବନ ବୀମା ଉପରେ ବିଶେଷ ଆଲୋକପାତ କରିଥିଲେ । ସର୍ବଶେଷରେ ଗଙ୍ଗାଧର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ମୂଖ୍ୟ ସହଯୋଗ କରିଥିଲେ ଭାଗିରଥି ରଣା, ମକରଧ୍ବଜ ପାଇକରାୟ, ବାଙ୍କନିଧି ନାୟକ,ଶିବଶକ୍ତି ଶାସମଲ , ପ୍ରିୟରଞ୍ଜନ ସେଣ, ନିରଞ୍ଜନ ଗୁମାନସିହ,କେଦାରେଶ୍ଵର ଦାସ । ଶେଷରେ ଖାଦ୍ୟ ପେୟର ସମସ୍ତ ଙ୍କୁ ଆପ୍ୟାୟିତ କରାଯାଇଥିଲା ।

Exit mobile version