Home ଓଡ଼ିଶା ରଣପୁର ମହୋତ୍ସବ “ଅର୍ଜୁନ” ୨୦୨୪ର ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲା : ବରଗଡ଼ର ସମ୍ବଲପୁରୀ ନୃତ୍ୟ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପାଞ୍ଚ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ …ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ମାନେ ମୀନା ବଜାରରେ ଦୋଳି ଗୁଡିକର ଉଚ୍ଚା ଦର ଦର୍ଶକଙ୍କ ଅସନ୍ତୁଷ୍ଟକୁ ବୃଦ୍ଧି କରିଛି ୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁରର ବାଘସାମନ୍ତ ଷ୍ଟାଡିୟମ ପରିସରରେ ରଣପୁର ମହୋତ୍ସବ “ଅର୍ଜୁନ”-୨୦୨୪ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି କଳାକାର ମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ ଗୀତ ଜନମାନସର ମନ ମୋହିଥିଲା ବେଳେ ବରଗଡ଼ରୁ ଆସିଥିବା ବଡ଼ଗାଁ ଉଦୀୟତାରା କଳା ପରିଷଦ ଦ୍ବାରା ସମ୍ବଲପୁରୀ ନୃତ୍ୟଙ୍ଗନା ଦଳ ମଞ୍ଚ ଦୁଲୁକେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ମଞ୍ଚରେ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କବି ଶ୍ରୀଯୁକ୍ତ ପବିତ୍ର ମୋହନ ସୁବୁଦ୍ଧି, ରଣପୁର ତହସିଲଦାର ଶ୍ରୀଯୁକ୍ତ ରବିନ ଚର୍ଚ୍ଚିଲ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ବେହେରା, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇ, ମହୋତ୍ସବ କମିଟି ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଥମେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସ୍ଥାନୀୟ ସଙ୍ଗୀତ କଳା ବିଦ୍ୟା ନିକେତନର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅତି ସୁନ୍ଦର ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଧାୟକ ସଭା ପରିଚାଳନା କରିଥିବା ବେଳେ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପରେ ରଣପୁର ଅଞ୍ଚଳ ର କିଛି କଳାକାର , ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ରଣପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନ୍ତି ଙ୍କ ଅଧ୍ୟକ୍ଷତା ଓ ଚାନ୍ଦପୁର ଥାନାର ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ସ୍ଥାନୀୟ ଲୋକ ପ୍ରତିନିଧି, କଳାକାର, ସରକାରି କର୍ମଚାରୀ ଓ ଜନସାଧାରଣ ମାନଙ୍କୁ ନେଇ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିବାର ପରିଲକ୍ଷିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ ରଣପୁର ନିର୍ବାଚନ ମଣ୍ଡଳୀର ସବୁବେଳେ ଭାଇ ହୋଇ ଅଛନ୍ତି ବୋଲି ବକ୍ତବ୍ୟରେ କହିଥିବା ବେଳେ ରଣପୁର ଠାରୁ ଜଙ୍କିଆ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଏଗାର କୋଟି ଟଙ୍କାର ଅନୁଦାନ ଅର୍ଥକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟ ବକ୍ତା ଇଂ ଦେବାଶିଷ ପଟ୍ଟନାୟକ ମୂଖ୍ୟ ଅତିଥିଙ୍କ ଉଦ୍ଦେଶ୍ୟରେ ପ୍ରତିପାଦନ କରିଥିଲେ। ଏବଂ ମହୋତ୍ସବ ର ଦ୍ଵିତୀୟ ଦିନରେ ଦର୍ଶକଙ୍କ କିଣା ବିକା ଓ ଖାଦ୍ୟ ଷ୍ଟଲ ଗୁଡିକରେ ବିଶେଷ ଭିଡ ପରିଲକ୍ଷିତ ହୋଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026