ମୋର ଅଖାଗଉଣି ନାହିଁ – ସୌମ୍ୟ

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୌମ୍ୟ ପଟ୍ଟନାୟକ ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି ପ୍ରାୟ ଲଢିବି ନାହିଁ । ମୋର ଦଳ ନାହିଁ କି ଖରକାଗଜ ନାହିଁ ମୋର କିଛି ନାହିଁ । ସଂପାଦକ ପଦ କାହିଁକି ଛାଡିଲେ ପ୍ରଶ୍ନରେ ସୌମ୍ୟଙ୍କ ପ୍ରତିକ୍ରିୟା । ଯେଉଁ ସମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡିଲି ବୋଲି କହିଲେ ସୌମ୍ୟ । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ । ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି ବୋଲି କହିଲେ ସୌମ୍ୟ ।

ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନ୍ଦେହ ସୃଷ୍ଟି କଲେ ସାମ୍ବାଦିକ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ ; ନ ଜାଣି ବି ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠୁ ଡାକିଲେ ସେ ଶୁଣିବେ ।  

ବିକାଶ ନାଁରେ ରାସ୍ତାଘାଟ, କୋଠାବାଡି କରିଦେଲେ ବିକାଶ ନୂହେଁ କହିଲେ ସୌମ୍ୟ । ବାହ୍ୟ ବିକାଶ ତୁଳନାରେ ଓଡିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଓଡିଆ ଅସ୍ମିତାର ପ୍ରମାଣ ଓଡିଆ ଯୁବକଙ୍କ ପାଖରେ ମୁଁ ଦେଖୁନି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଙ୍କୋଚ ନୁହଁନ୍ତି ।

Exit mobile version