ଓଡ଼ଗାଁ ସାମ୍ବାଦିକ ସଂଘର ନୂତନ ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ନକାରାତ୍ମକ ଖବର ସଙ୍କଟ ମଧ୍ୟକୁ ଟାଣି ନେଉଥିବାବେଳେ ସକାରାତ୍ମକ ଖବର ପରିବେଷଣ ନୂତନ ସୁଯୋଗ ସୃଷ୍ଟି କରିବା ସହ ମୌଳିକ ସମସ୍ୟାର ସମାଧାନ କରେ।ସକାରାତ୍ମକ ଖବର ପରିବେଷଣ ଉନ୍ନତ ସମାଜ ଗଠନ ପାଇଁ ଜରୁରୀ ଅଟେ ବୋଲି ଓଡ଼ଗାଁ ବ୍ଲକରୋଡ଼ ପାଶ୍ୱରେ ଓଡ଼ଗାଁ ସାମ୍ୱାଦିକ ସଂଘର ନୂତନ ସ୍ଥାୟୀ ଗୃହ କାର୍ଯ୍ୟାଳୟ ଉଦଘାଟନ କରି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଏଭଳି କିଛି ଅଭିଭାଷଣ ରଖିଥିଲେ।

ଏହି ଅବସରରେ ପଞ୍ଚାୟତ ସମିତି ସଭାଗୃହରେ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ବିଧାୟକଙ୍କ ସମେତ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୁଷଣ କରଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ତହସିଲଦାର ମାନସ ରଞ୍ଜନ ଭୋଇ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ,

ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ,ବ୍ଲକ ବିଜେଡି ସଭାପତି ସୁର୍ଯ୍ୟନାରାୟଣ ଚୌଧୁରୀ,ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର,ଗୋବିନ୍ଦଚନ୍ଦ୍ର ସାହୁ,ପ୍ରମୋଦ ବିଶ୍ୱାଳ,ଯୁବ ସଂଗଠକ ଦିବାକର ନାୟକ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ଉପସ୍ଥିତ ଥିଲେ।ଉତ୍କଳ ସାମ୍ବଦିକ ସଂଘ ସଭାପତି ଶ୍ରୀ କର ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ କହିବା ସହ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ରେ ରୂପାନ୍ତରଣର ନୂତନ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ।ଠିକ ସେହିପରି ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ।

ଏକ ଉନ୍ନତ ସମାଜ ଗଠନ ପାଇଁ ସେମାନେ ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ ବୋଲି ବିଧାୟକ ଡ଼ ସାହୁ କହିଥିଲେ।ଏହି ଅବସରରେ ଅତିଥିମାନଙ୍କୁ ସଂଘ ପକ୍ଷରୁ ରଘୁନାଥଜୀଉଙ୍କ ଫଟୋଚିତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ସଂଘର ସମ୍ପାଦକ ଗଣେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସଂଘ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ,କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର,କାର୍ଯ୍ୟକାରୀ ସଭ୍ୟ ରାମକୃଷ୍ଣ ପରିଡା,ଫକୀରମୋହନ ମହାରଣା,ସଭ୍ୟ ନାରାୟଣ ପାଣିଗ୍ରାହୀ,ଦୀନବନ୍ଧୁ ମହାପାତ୍ର,ଜୟକୃଷ୍ଣ ସାହୁ,ରିପନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Exit mobile version