Home ଓଡ଼ିଶା କାଙ୍କଣଶିଖରୀ, ନଇରି, ଚିଲିକା ଠାରେ ତା ୯ ଠାରୁ ୧୪ ପର୍ଯ୍ୟନ୍ତ ପାଞ୍ଚରାତ୍ର ହୋମ ଯଜ୍ଞ ଅନୁଷ୍ଠିତ ହେବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ନଇରୀ ଗ୍ରାମ ନିକଟରେ ଚିଲିକା ମଧ୍ୟସ୍ଥ କାଙ୍କଣଶିଖରୀକୁ ଶ୍ରୀ ଶ୍ରୀ ଗଜପତି ଦିବ୍ୟସିଂହ ଦେବ ମହାରାଜା ଙ୍କର ଲୀଳାକ୍ଷେତ୍ର କାଙ୍କଣଶିଖରୀ ପରିଦର୍ଶନ ର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୀଳାକ୍ଷେତ୍ର କାଙ୍କଣଶିଖରୀ, ନଇରି, ଚିଲିକା ଠାରେ ତା ୦୯.୦୧.୨୦୨୪ ଠାରୁ ୧୪.୦୧.୨୦୨୪ ରିଖ ପର୍ଯ୍ୟନ୍ତ ପାଞ୍ଚରାତ୍ର ହୋମ ଯଜ୍ଞ ଅନୁଷ୍ଠିତ ହେବ। ଏଥି ପାଇଁ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ମାନଙ୍କରୁ ଆଜ୍ଞାମାଳ ଆଣିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଶ୍ରୀ ଚକାଦେବ ବିଜେ, ନଇରୀ ଶ୍ରୀ ଶ୍ରୀ ମଦନ ମୋହନ ଦେବ ବିଜେ, ବଉଳାବନ୍ଧ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ବିଜେ, ବଉଳାବନ୍ଧ ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ବଉଳାବନ୍ଧ ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ବିଜେ, ନାଚୁଣୀ ଶ୍ରୀ ଶ୍ରୀ ଜଗତି ଜଗନ୍ନାଥ ଦେବ ବିଜେ, ନାଚୁଣୀ ଶ୍ରୀ ଶ୍ରୀ ତ୍ରିବିକ୍ରମ ଦେବ ବିଜେ, ଜଗତି ପାହାଡ଼, ଶ୍ରୀ ଶ୍ରୀ ଦଧବାମନ ଦେବ ବିଜେ, ଗଙ୍ଗାଧରପୁର ଶ୍ରୀ ଦବାମନ ଦେବ ବିଜେ, ସାହସପୁର ଶ୍ରୀ ଶ୍ରୀ । ଦଧୁବାମନ ଦେବ ବିଜେ, ଭାଟପଡ଼ା ଗଡ ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ବିଜେ, ତୋଟା ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ଗମ୍ଭାରିମୁଣ୍ଡା ଶ୍ରୀ ଶ୍ରୀ ଚରଣଚକା ଦେବ ବିଜେ, ବଡ଼ହନ୍ତୁଆଡ ,ଶ୍ରୀ ଶ୍ରୀ ଅନନ୍ତ ସ୍ଵାମୀ ଦେବ ବିଜେ ଭିମପୁର ,ଶ୍ରୀ ଶ୍ରୀ ରଙ୍କନାଥ ଦେବ ବିଜେ, ବାଣପୁର ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ଚାଷଙ୍ଗରା, ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ହରିପୁର ଶାସନ, ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ବିଜେ, ଡ଼ୁଙ୍ଗମାଳ ,ଶ୍ରୀ ଶ୍ରୀ ବମନ ଦେବ ବିଜେ, ବଡ଼କୁଳ, ଶ୍ରୀ ଶ୍ରୀ ଦବାମନ ଦେବ ବିଜେ, ସୁବୁଧୂପାଟଣା ,ଶ୍ରୀ ଶ୍ରୀ ଦବାମନ ଦେବ ବିଜେ, ବିଧାରପୁର ଶ୍ରୀ ଶ୍ରୀ ବଧୂ ମନ ଦେବ ବିଜେ, ଭେଲେରୀ ,ଶ୍ରୀ ଶ୍ରୀ ଦମନ ଦେବ ବିଜେ, ଇଂଜନପୁର, ଶ୍ରୀ ଶ୍ରୀ ଦଧୁବାମନ ଦେବ ବିଜେ,ସାମନ୍ତରାପୁର, ବାଲୁଗାଁ, ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ଚଣ୍ଡେଶ୍ଵର ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ, ସୋରଣ, ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ବିଜେ, କୁମାଣ୍ଡଳ ପାଟଣା ଶ୍ରୀ ଶ୍ରୀ ଦଧୁବାମନ ଦେବ ବିଜେ, ପାଟଣା ସାହି, ବାଲୁଗାଁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତା୯.୧.୨୦୨୪ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କର ଆଜ୍ଞା ମାଳ ବିଜେ, ଶିଖରୀଧାମ ରତ୍ନସିଂହାସନ ପ୍ରତିଷ୍ଠା, ଅଙ୍କୁରା ରୋପଣ, ସାଲା ଅଧୂବାସ ଓ ଶ୍ରୀଜଗନ୍ନାଥ ସମ୍ମିଳନୀ କରାଯିବ। ତା୧୦.୦୧.୨୦୨୪ ବୁଧବାର ଠାରୁ ତା ୧୪.୦୧.୨୦୨୪ ରବିବାର ପର୍ଯ୍ୟନ୍ତ ପ୍ରତ୍ୟେହ ପ୍ରାତଃ ଘ .୦୬.୦୦ ରୁ ଘ୦୯.୦୦ ପର୍ଯ୍ୟନ୍ତ ନଗର ସଂକୀର୍ତନ ,ମଙ୍ଗଳ ଆରତୀ ଓ କାଙ୍କଣଶିଖରୀ ଠାରେ ପୂଜାର୍ଚ୍ଚନା । ପୂର୍ବାହ୍ନ ଘ୦୯.୦୦ ରୁ ଅପରାହ୍ନ ଘ୦୩.୦୦: ବୈଦିକ ହୋମ ଯଜ୍ଞ ( ସୂର୍ଯ୍ୟ ପୂଳା, ଗୋ ପୂଜା ଇତ୍ୟାଦି) ପୂର୍ବାହ୍ନ ୧୧.୦୦ ରୁ ଅପରାହ୍ଣ ଘ୦୧.୦୦ରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ଓ ସାହିତ୍ୟ ଚର୍ଚ୍ଚା କରାଯିବ। ଅପରାହ୍ଣ ଘ ୦୨.୩୦ ରୁ ଘ୦୩.୩୦ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରବଚନ ସହିତ ସଂନ୍ଧ୍ୟା ଘ ୦୫.୩୦ ରେ ଚିଲିକା ଆରତୀ କରାଯିବ। ତା ୧୪.୦୧.୨୦୨୪ ରିଖ ଅପରାହ୍ନ ଘ ୫.୦୦ ସମୟରେ ପୂର୍ଣାହୁତୀ ସମ୍ପନ୍ନ କରାଯିବ। ଉକ୍ତ ଯଜ୍ଞ କାର୍ଯ୍ୟକ୍ରମକୁ ପଣ୍ଡିତ ତାରାପ୍ରଶାଦ ସାମନ୍ତରାୟ, ପଣ୍ଡିତ୍ ସୁଦର୍ଶନ ନାଶ ଜ୍ୟୋତିର୍ବିତ୍ ଅକ୍ଷୟ କୁମାର ଆଚାର୍ଯ୍ୟ ପରିଚାଳନା କରିବେ। ପ୍ରଚାଚକ ପଣ୍ଡିତ୍ ଦେବନ୍ଦ୍ର କୁମାର ଦାସ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରବଚନ ଦେବେ। ଏହି ପାଞ୍ଚ ଦିନ ବ୍ୟାପୀ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ହୋମଯଜ୍ଞ ବିଶିଷ୍ଠ ଅତିଥୁ ମାନଙ୍କ ଦ୍ବାରା ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ଚର୍ଚ୍ଚା ତା୧୦.୦୧.୨୦୨୪ ରିଖ ପୂର୍ବାହ୍ନ ଘ ୧୧ ଟିକା ଠାରୁ ଅପରାହ୍ନ ଘ ୦୧ ଟିକା ପୂଜ୍ୟ ମହନ୍ତ ବାବା ରାମକୃଷ୍ଣ ଦାସ ମହାରାଜ, ମଠାଧିଶ, ଶ୍ରୀ ରାଧାବହ୍ଲଭ ମଠ, ପୁରୀ ଓ ଉପଦେଷ୍ଟା ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଡ଼. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀମନ୍ଦିର ପୁରୋହିତ ଦଇତାପତି ଶ୍ରୀ ରଘୁନାଥ ଦାସ ମହାପାତ୍ର ,ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ, ମାନ୍ୟବର ସଂସଦ ରାଜ୍ୟସଭା, ଶ୍ରୀଯୁକ୍ତ କେ. ସୁର୍ଦଶନ ଚକ୍ରବର୍ତୀ, ଭା.ପ୍ର.ସେ, ଜିଲ୍ଲାପାଳ ଖୋର୍ଦ୍ଧା , ଡ଼ା. ରବିନାରାୟଣ ସାମନ୍ତ, ସଭାପତି କଥାଲହରୀ, ଇଂଜିନିୟର ଦେବପ୍ରସାଦ ଦାସ, ସଂପାଦକ କଥାଲହରୀ। ତା ୧୧.୦୧.୨୦୨୪ ରିଖ ରେ ପୂଜ୍ୟ ବାବା ପଦ୍ମପାଦ ଦାସ, ଡ଼ାଃ ସମ୍ବିତ ପାତ୍ର, ମୁଖପାତ୍ର ବି.ଜେ.ପି , ଶ୍ରୀଯୁକ୍ତ ପୃଥ୍ୱୀରାଜ ହରୀଚନ୍ଦନ, ଶ୍ରୀମତୀ ଜୋସ୍ନାରାଣୀ ବେହେରା, ଅଧ୍ଯକ୍ଷା, ଚିଲିକା ବ୍ଳକ ,ଶ୍ରୀଯୁକ୍ତ ରଘୁନାଥ ସାହୁ, ପୂର୍ବତନ ବିଧାୟକ, ଚିଲିକା ,ଡ଼ା. ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ବିଧାୟକ, ଚିଲିକା , ଶ୍ରୀମତୀ ସଞ୍ଚିତା ମହାନ୍ତି, ପୂର୍ବତନ ବିଧାୟିକା, କୋରାଇ । ତା ୧୨.୦୧.୨୦୨୪ରିଖ ରେ ସ୍ଵାମୀ ଦିବ୍ୟାନନ୍ଦ ସରସ୍ୱତୀ , ଶ୍ରୀଯୁକ୍ତ ଅମ୍ଳାନ ନାୟକ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧୁକାରୀ, ବାଲୁଗାଁ , ଶ୍ରୀଯୁକ୍ତ ଜଗଦିଶ ଷଡ଼ଙ୍ଗୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଚିଲିକା, ଶ୍ରୀଯୁକ୍ତ ଚକ୍ରଧର ପାଢି ତହସିଲଦାର ଚିଲିକା, ଶ୍ରୀଯୁକ୍ତ ଶୁଭ୍ରାଂସୁ ଶେଖର ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାଲୁଗାଁ , ଡଃ. ଦେବେନ୍ଦ୍ରନାଥ ମାନସିଂହ ପ୍ରାକ୍ତନ ମନ୍ତ୍ରୀ, ଶ୍ରୀଯୁକ୍ତ ସୁବଳ ଭୋଳ, ସଂପାଦକ, ଭଗବତୀ ବିକାଶ ପରିଷଦ, ବାଣପୁର।ତା ୧୩.୦୧.୨୦୨୪ ରିଖ ଚିଲିକା ସାହିତ୍ୟ ସମାଜ, ବାଲୁଗାଁ, ବାଣପୁର ସହଯୋଗରେ ସାହିତ୍ୟ ସମ୍ମିଳନୀ ଓ ଗଳ୍ପ, କବିତା ପାଠୋତ୍ସବରେ ଆଲୋଚ୍ୟ ବିଷୟ – “ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ”।ଏହାର ଉଦଘାଟକ – କବି ଡଃ. ପ୍ରସନ୍ନ କୁମାର ପାଟଶାଣୀ, ଯୋଜନା ବୋର୍ଡ଼ ସଦସ୍ୟ, ଓଡ଼ିଶା ସରକାର । ମୁଖ୍ୟଅତିଥି ଭାବେ ଡଃ. ଗାୟତ୍ରୀ ବାଳା ପଣ୍ଡା, ସୁସାହିତ୍ୟିକା ,ମୁଖ୍ୟବକ୍ତା ଭାବେ ଶ୍ରୀ ମାନସ ରଞ୍ଜନ ବାରିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତାଳଚେର, ସମ୍ମାନିତ ଅତିଥ୍ ଭାବେ ଶ୍ରୀଯୁକ୍ତ ବଟ କୃଷ୍ଣ ପଣ୍ଡା, ବିଶିଷ୍ଟ କବି ଯୋଗଦାନ କରିବେ। ମଞ୍ଚ ପରିଚାଳନା କରିବେ – ପଣ୍ଡିତ ନୃସିଂହ ଚରଣ ମିଶ୍ର, ବରିଷ୍ଠ ସାମ୍ବାଦିକ ,ଶ୍ରୀଯୁକ୍ତ ବାଳମୁକୁନ୍ଦ ଦାସ, ସଭାପତି, ଚିଲିକା ସାହିତ୍ୟ ସମାଜ। ତା ୧୪.୦୧.୨୦୨୪ ରିଖ ରେ ପୂର୍ଣ୍ଣାହୂତି ଓ ଯୋଗଦେବେ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ, ମାନ୍ୟବର ବିଧାୟକ ଚିଲିକା, ଶ୍ରୀମତୀ ମୋନାଲିସା ସାହୁ କର୍ପୋରେଟର ,ଶ୍ରୀମତୀ ନିଲଞ୍ଜନା ମୁଖାର୍ଜୀ ପରିଚାଳନା ନିର୍ଦ୍ଦେଷିକା କଳିଙ୍ଗ ହସ୍ପିଟାଲ , ଶ୍ରୀଯୁକ୍ତ ଦେବିପ୍ରସାଦ ନନ୍ଦ, ମୁଖ୍ୟ କାର୍ଯ୍ୟ ନିର୍ବାହୀ, କଳିଙ୍ଗ ହସ୍ପିଟାଲ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଉପସ୍ଥିତ ରହି ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଲୀଳାର ମହାତ୍ମ୍ୟ ଉପଲବ୍ଧି କରିବା ନିମନ୍ତେ ନଇରି ଗ୍ରାମବାସୀ ସମୂହ ନିବେଦନ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026 ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆନ୍ଥେ ୨୦୨୬ ଉନ୍ମୋଚିତ by Proprietor Abhimanyu Maharana August 18, 2026 Aakash Educational Services Limited (AESL) Launches ANTHE 2026 by Proprietor Abhimanyu Maharana August 18, 2026