ନାଚୁଣୀ ମହାବିଦ୍ୟାଳୟ ରେ ଓଡ଼ିଆ ଭାଗବତ ଶୀର୍ଷକ ପାଠଚକ୍ର

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ଭାଗବତ ଶୀର୍ଷକ ଏକ ପାଠଚକ୍ର ଆଜି ବିଭାଗୀୟ ସଭାଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଉଦ୍ ଘାଟନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରାଜକିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ର ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ଡଃ ଚନ୍ଦ୍ର ଶେଖର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ

ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ, ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଗବତର ଜନଜୀବନ ଉପରେ ଆଧ୍ୟାତ୍ମିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀ ସୋନାଲି ମାଟି ଏବଂ ଲିଜା ବେହେରା କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିବା ବେଳେ ଛାତ୍ରୀ ସୁଜାତା ସେଣ,ପ୍ରଜ୍ଞା ପାରମିତା ସୁବୁଦ୍ଧି, ଇପ୍ସିତା ପ୍ରଧାନ,

ଶୁଭସ୍ମିତା ସାହୁ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଭାଗୀୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର,ଲଇକଉ ବେହେରା, ରାଜଲକ୍ଷ୍ମୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିବା ବେଳେ ଇତିହାସ ବିଭାଗୀୟ ମୁଖ୍ୟ ଡଃ କବିତା ଦେବୀ, ସଂସ୍କୃତ ବିଭାଗୀୟ ମୁଖ୍ୟ ଡଃ ସୁଭଦ୍ରା ଭୋଳ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Exit mobile version